ମେ୦୧ ରୁ ମେ ୧୩ପର୍ଯ୍ୟନ୍ତ ହେବାକୁ ଥିବା ରକ୍ତ ଦାନ ଶିବିର ରଚତୁର୍ଥ ଦିନରେ ୩୫ୟୁନିଟ ରକ୍ତ ସଂଗୃହୀତ…

ମେ୦୧ ରୁ ମେ ୧୩ପର୍ଯ୍ୟନ୍ତ ହେବାକୁ ଥିବା ରକ୍ତ ଦାନ ଶିବିର ରଚତୁର୍ଥ ଦିନରେ ୩୫ୟୁନିଟ ରକ୍ତ ସଂଗୃହୀତ...

ମେ୦୧ ରୁ ମେ ୧୩ପର୍ଯ୍ୟନ୍ତ ହେବାକୁ ଥିବା ରକ୍ତ ଦାନ ଶିବିର ରଚତୁର୍ଥ ଦିନରେ ୩୫ୟୁନିଟ ରକ୍ତ ସଂଗୃହୀତ…

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୦୪-୦୫-୨୦୨୬ରିଖ (ସୋମ ବାର)ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ କୁ କିଛି କାଂଶ ରେ ଦୂର କରିବା ପାଇଁ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କର ଜି ଙ୍କ ଜନ୍ମ ଦିନ ଅବସରରେ ନିଷ୍ଠା ପରିବାର ଓ ଆର୍ଟ ଅଫ ଲିଭିଙ୍ଗ ପରିବାର ର ମିଳିତ ଆନୁକୁଲ୍ୟରେ ଏକ ତେର ଦିନିଆଁ ରକ୍ତ ଦାନ ଶିବିର ର ଆଜି ଚତୁର୍ଥ ଦିନରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଗର୍ଭଣା ଗ୍ରାମର କଲ୍ୟାଣ ମଣ୍ଡପ ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ବରେଣ୍ୟ ଅତିଥି ଭାବରେ ଗର୍ଭଣା ଗ୍ରାମ ର ବରିଷ୍ଠ ନାଗରିକ କୃଷ୍ଣ ଚନ୍ଦ୍ର ଭୋଇ, ଗୌର ଚନ୍ଦ୍ର ସାହୁ, ସୁରେଶ ଚନ୍ଦ୍ର ପଧାନ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ଙ୍କ ସହ ଗର୍ଭଣା ଗ୍ରାମବାସୀ ମାନେ ସୁପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା, ସହଯୋଗୀ, ଶୁଭେଚ୍ଛୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।