ବୁରୁଖତରୁ ମହେନ୍ଦ୍ରଗିରି ଓ ଗଞ୍ଜାମକୁ ଯାଇଥିବା ରାସ୍ତାରୁ ଭୂସ୍ଖଳନ ଜନିତ ମାଟି ଓ ପଥର ହଟାଇବା ପରେ ଯାତାୟାତ ସ୍ୱାଭାବିକ ।

ବୁରୁଖତରୁ ମହେନ୍ଦ୍ରଗିରି ଓ ଗଞ୍ଜାମକୁ ଯାଇଥିବା ରାସ୍ତାରୁ ଭୂସ୍ଖଳନ ଜନିତ ମାଟି ଓ ପଥର ହଟାଇବା ପରେ ଯାତାୟାତ ସ୍ୱାଭାବିକ ।

*ବୁରୁଖତରୁ ମହେନ୍ଦ୍ରଗିରି ଓ ଗଞ୍ଜାମକୁ ଯାଇଥିବା ରାସ୍ତାରୁ ଭୂସ୍ଖଳନ ଜନିତ ମାଟି ଓ ପଥର ହଟାଇବା ପରେ ଯାତାୟାତ ସ୍ୱାଭାବିକ ।ଗଜପତି,୩୧.୧୦(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଅର୍ଣ୍ଣବ ବାତ୍ୟା ଓ ପ୍ରବଳ ବର୍ଷା ପ୍ରଭାବରେ ବୁରୁଖତରୁ ମହେନ୍ଦ୍ରଗିରି ଏବଂ ବୁରୁଖତରୁ ଗଞ୍ଜାମ ସୀମାନ୍ତକୁ ସଂଯୋଗ କରୁଥିବା ରାସ୍ତାରେ ଭୂସ୍ଖଳନ ଯୋଗୁଁ ମାଟି ଓ ପଥର ଅତଡ଼ା ଖସି ରାସ୍ତା ଅବରୋଧ ହୋଇ ଯାଇଥିଲା।ପ୍ରଶାସନ ପକ୍ଷରୁ ତତ୍ପରତାର ସହ ରାସ୍ତା ଉପରେ ପଡ଼ିଥିବା ମାଟି, ବଡ଼ ବଡ଼ ପଥର ଓ ଅନ୍ୟାନ୍ୟ ଅବରୋଧକୁ ହଟାଯାଇଛି। ଫଳରେ ଉକ୍ତ ରାସ୍ତାରେ ପୁନର୍ବାର ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି। ରାସ୍ତା ଖୋଲିବା ପରେ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କୁ ଆଶ୍ୱସ୍ତି ମିଳିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟରେ ରାସ୍ତାରୁ ଭୂସ୍ଖଳନ ଜନିତ ମାଟି ଓ ପଥର ହଟାଇ ଯୋଗାଯୋଗ ସ୍ୱାଭାବିକ କରିବାକୁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଜାରି ରହିଛି।