ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଗଜପତି ପୋଲିସ ପକ୍ଷରୁ ମାରାଥନ୍ ଦୌଡ଼ ଅନୁଷ୍ଠିତ

ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଗଜପତି ପୋଲିସ ପକ୍ଷରୁ ମାରାଥନ୍ ଦୌଡ଼ ଅନୁଷ୍ଠିତ

*ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଗଜପତି ପୋଲିସ ପକ୍ଷରୁ ମାରାଥନ୍ ଦୌଡ଼ ଅନୁଷ୍ଠିତ*

ଗଜପତି,୩୧.୧୦. ( ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ଆୟୋଜିତ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ପାରଳାଖେମୁଣ୍ଡି ସଦର ମହକୁମାଠାରେ ଏକ ମାରାଥନ୍ ଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମାରାଥନ୍ ଦୌଡ଼ ଗଜପତି ଷ୍ଟାଡିୟମ୍‌ ଠାରୁ ବାହାରି ମହାରାଜାଙ୍କ ରାଜପ୍ରସାଦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା।ଗଜପତି ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସହାୟ ମୀନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ମାରାଥନ୍ ଦୌଡ଼ର ଶୁଭାରମ୍ଭ କରିଥିଲେ।ଏହି ଦୌଡ଼ରେ ବିଭିନ୍ନ ବର୍ଗର ଅଂଶଗ୍ରହଣକାରୀ ଯୋଗଦେଇ ଜାତୀୟ ଏକତା ଓ ଭାଇଚାରାର ବାର୍ତ୍ତା ପ୍ରଚାର କରିଥିଲେ। ଦେଶର ଏକତା, ଅଖଣ୍ଡତା ଓ ଭାଇଚାରାର ଭାବନାକୁ ମଜବୁତ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ହେଉଥିବା ଅତିଥି ମାନେ ମତ ପ୍ରକାଶ କରିଥିଲେ। ସେହିପରି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟଠାରେ ଆରକ୍ଷୀ ଅଧିକ୍ଷକ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ ।

ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିରଞ୍ଚି ବାଗ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶ୍ରୀ ମାଧବାନନ୍ଦ ନାୟକ, ଡିଏସ୍‌ପି ଶ୍ରୀ ଠାକୁରଦାସ ମୁର୍ମୁ , ସଦର ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ଭୂପତି ଓ ପୋଲିସ ଆର୍‌ଆଇ ଶ୍ରୀ ଅଭିରାମ ଖୁଣ୍ଟିଆଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।