ରାଷ୍ଟ୍ରୀୟ ପେନସନ ଯୋଜନା (ଏନ:ପି:ଏସ:) ସମ୍ପର୍କିତ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ।

ରାଷ୍ଟ୍ରୀୟ ପେନସନ ଯୋଜନା (ଏନ:ପି:ଏସ:) ସମ୍ପର୍କିତ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ।

ରାଷ୍ଟ୍ରୀୟ ପେନସନ ଯୋଜନା (ଏନ:ପି:ଏସ:) ସମ୍ପର୍କିତ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ । ଗଜପତି,୧୨.୨(ମନୋଜ ପାଢ଼ୀ)-:ରାଷ୍ଟ୍ରୀୟ ପେନସନ ଯୋଜନା (ଏନ:ପି:ଏସ:)ର ରାଜ୍ୟବ୍ୟାପୀ ସେବା ସପ୍ତାହ ପାଳନ ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋଷାଗାର କାର୍ଯ୍ୟାଳୟ ପ୍ରାଙ୍ଗଣରେ ରାଷ୍ଟ୍ରୀୟ ପେନ୍‌ସନ୍‌ ଯୋଜନା (ଏନ:ପି:ଏସ:) ସମ୍ପର୍କିତ ଏକ ସଚେତନତା ଶିବିର କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ଅନ୍ତର୍ଗତ ଓଡ଼ିଶା କୋଷାଗାର ନିର୍ଦ୍ଦେଶାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିର କାର୍ଯ୍ୟକ୍ରମରେ ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ଏନ:ପି:ଏସ:ସମ୍ପର୍କିତ ସଚେତନତା ଏବଂ ସମସ୍ୟା ସମାଧାନ ଉଦ୍ଦେଶ୍ୟରେ ବିସ୍ତୃତ ଆଲୋଚନା କରା ଯାଇଥିଲା।ଏହି ଅବସରରେ କୋଷାଗାର ଓ ନିରୀକ୍ଷଣ ନିର୍ଦ୍ଦେଶାଳୟ , ଓଡିଶା , ଭୁବନେଶ୍ୱର’ରୁ ହିସାବ ଅଧିକାରୀ ଶ୍ରୀ ମନୋରଞ୍ଜନ ସାହୁ ଏବଂ ଶ୍ରୀ ଅରବିନ୍ଦ ସାହୁ ଉପସ୍ଥିତ ରହି , ଏନ:ପି:ଏସ: ସମ୍ପର୍କିତ ବିଭିନ୍ନ ପ୍ରାୟୋଗିକ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ମୁଖ୍ୟତଃ ଏନ:ପି:ଏସ: ଖାତାଖୋଲିବା , ଅଂଶଧନ ଜମା , ସଂଶୋଧନ ପ୍ରକ୍ରିୟା , ଅଭିଯୋଗ ନିରାକରଣ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସେମାନେ ସ୍ପଷ୍ଟ ବ୍ୟାଖ୍ୟା ଦେଇଥିଲେ।

ଶିବିରରେ ଶ୍ରୀମତୀ ସୁଶ୍ରୀ ସଂଗୀତା କୁମାରୀ – ଜିଲ୍ଲା କୋଷାଗାର ଅଧିକାରୀ , ଶ୍ରୀ ପ୍ରିୟବ୍ରତ ଷଡଙ୍ଗୀ-ଅତିରିକ୍ତ କୋଷାଗାର ଅଧିକାରୀ ଙ୍କ ସମେତ ଜିଲ୍ଲାର ଉପ-କୋଷାଗାର ଅଧିକାରୀ ମାନେ , ବିଭିନ୍ନ ବିଭାଗର ଉଠାଣ ଓ ବିତରଣ ଅଧିକାରୀ (ଡି:ଡି:ଓ:) , ଏନ:ପି:ଏସ: ଅନ୍ତର୍ଗତ କର୍ମଚାରୀ (ସବସକ୍ରାଇବର୍) ମାନଙ୍କ ସହିତ ଜିଲ୍ଲା କୋଷାଗାର ଏବଂ ଉପ-କୋଷାଗାର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।ଉପସ୍ଥିତ ଅଂଶଗ୍ରହଣକାରୀ ମାନେ ନିଜ-ନିଜର ସମସ୍ୟା ଉପସ୍ଥାପନ କରିଥିବା ବେଳେ ସମ୍ପଦ ବ୍ୟକ୍ତି ମାନେ ସେ ଗୁଡ଼ିକର ସମାଧାନ ସମ୍ପର୍କରେ ଯଥୋଚିତ ତଥା ଉପାଦେୟ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ଶିବିର କାର୍ଯ୍ୟକ୍ରମ ଶେଷରେ ଏପରି ସଚେତନତା କାର୍ଯ୍ୟକ୍ରମ ଏନ:ପି:ଏସ: ଅନ୍ତର୍ଗତ କର୍ମଚାରୀ ମାନଙ୍କ ପାଇଁ ଅତ୍ୟନ୍ତ ଉପକାରୀ ବୋଲି ମତ ପ୍ରକାଶ ପାଇଥିଲା