ମଦ ଭାଟିରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ୭ ଗିରଫ।
ଗଜପତି.7/2/26(ମନୋଜ ପାଢ଼ୀ)ପାଢୀମଦ ବସାରୁ ଗୋଷ୍ଠୀ ସଂଘର୍ଷରେ ୭ ଗିରଫ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଖାରିଢେପ ଗାଁରେ। ଗତମାସ ୩୧ରେ ଖାରିଢ଼େପ ଗାଁକୁ ଚାନ୍ଦିପୁଟ ଗାଁର କିଛି ଯୁବକ ମଦ ପିଇବା ପାଇଁ ବଣକୁ ଯାଇଥିଲେ। ହେଲେ ସେଠାରେ କୌଣସି କାରଣରୁ ଉଭୟ ଗାଁ କିଛି ଯୁବକଙ୍କ ମଧ୍ୟରେ ବଚସା ହୋଇ ଗଣ୍ଡଗୋଳ ହୋଇଥିଲା। ଗଣ୍ଡଗୋଳରେ ଖାରିଢ଼େପ ଗାଁର ପାଖା ପାଖି 12 ଜଣ ଜଣ ଯୁବକ ଆହତ ହୋଇଥିଲେ । ଏବଂ ଚାନ୍ଦିପୁଟ ଖ୍ରୀଷ୍ଟିଆନ ସାହିର ଯୁବଙ୍କୁ ମଧ୍ୟ ପ୍ରାୟ 5 ଜଣ ଆହତ କାହାର ତ ମୁଣ୍ଡ ଏବଂ ହାତରେ ଆଘାତ ଲାଗିଛି,ସେଥିମଧ୍ୟରୁ ଶ୍ରୀ ଅବଦୁଲ ପରିଚ୍ଛା ଙ୍କୁ ଅଧିକ ରୁ ଅଧିକ ଆଘାତ ଲାଗିଥିବାରୁ ତାଙ୍କୁ ବ୍ରହ୍ମପୁର ଏମ କେ ସି ଜି ସ୍ୱାସ୍ତ୍ୟ କେନ୍ଦ୍ର ରେ ଚିକିତ୍ସା ହେଉଛନ୍ତି ଏବଂ ଏନେଇ ମୋହନା ଥାନାରେ ଖାରିଢ଼େପ ଗାଁ ଲୋକେ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଏହି ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ଚଳିତ ମାସ ଦୁଇ ତାରିଖରେ ଖାରିଢେପ ଗାଁର କିଛି ଯୁବକ ସଂଘବଦ୍ଧ ଭାବେ ଚାନ୍ଦିପୁଟ ଗ୍ରାମର କିଛି ଯୁବକଙ୍କୁ ଆକ୍ରମଣ କରିଥିଲେ। ପରେ ଏହା ଗୋଷ୍ଠି ସଂଘର୍ଷର ରୂପ ନେଇଥିଲା। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଉଭୟ ଗୋଷ୍ଠୀଙ୍କ ସହ ଆଲୋଚନା କରି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଅନୁରୋଧ କରାଯାଇଥିଲା ।
ଏହି ଘଟଣା ର କେସରେ ପୁଲିସ ୨୦/୨୬ରେ ମାମଲା ରୁଜୁ କରି ଚ଼ାନ୍ଦିପୁଟ ଗାଁର ରାଜୁ ପାଇକ ( ୨୨) ଓ ଉଦୟ ପାଇକ ( ୧୯ ) କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଶୁକ୍ରବାର ଦିନ ୧୫/୨୬ ରେ ମାମଲା ରୁଜୁ କରି ପୁଲିସ ଖାରିଢ଼େପ ଗାଁର ଚ଼ିକୁନ ମଲ୍ଲିକ(୨୬), ସୁମନ୍ତ ମଲ୍ଲିକ(୩୨), ସମ୍ପଦ ମଲ୍ଲିକ(୨୭), ପ୍ରଦୀପ ମଲ୍ଲିକ(୨୪),ସଂଜୟ ମଲ୍ଲିକ(୩୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଚାନ୍ଦିପୁଟ ଗାଁରେ ବର୍ତ୍ତମାନ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଅଛନ୍ତି। ଯଦି ଅନ୍ୟକିଏ ଏହି ମାମଲା ରେ ଉଭୟ ପକ୍ଷ୍ୟ ରୁ ସମ୍ପୃକ୍ତ ଥାନ୍ତି ତେବେ ଆଗକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ବସନ୍ତ କୁମାର ସେଠୀ କହିଛନ୍ତି |
