ରାମିୟାଗୁଡ଼ାରେ ପହଞ୍ଚିଲେ ବିଧାୟକ ରୂପେଶ ପାଣିଗ୍ରାହୀ ଯକୃତ ରୋଗୀଙ୍କୁ ସହାୟତା ପାଇଁ ଆଶ୍ୱାସନା

ରାମିୟାଗୁଡ଼ାରେ ପହଞ୍ଚିଲେ ବିଧାୟକ ରୂପେଶ ପାଣିଗ୍ରାହୀ ଯକୃତ ରୋଗୀଙ୍କୁ ସହାୟତା ପାଇଁ ଆଶ୍ୱାସନା

*ରାମିୟାଗୁଡ଼ାରେ ପହଞ୍ଚିଲେ ବିଧାୟକ ରୂପେଶ ପାଣିଗ୍ରାହୀ ଯକୃତ ରୋଗୀଙ୍କୁ ସହାୟତା ପାଇଁ ଆଶ୍ୱାସନା* ।

ଗଜପତି,୨୮.୧୧( ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ.ସୀତାପୁର ପଞ୍ଚାୟତର ରାମିୟାଗୁଡ଼ା ଗ୍ରାମରେ ଦୂଷିତ ପାନୀୟ ଜଳ ବ୍ୟବହାର ଯୋଗୁଁ ଯକୃତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଗ୍ରାମବାସୀଙ୍କ ସ୍ଥିତି ଅନୁଧ୍ୟାନ ପାଇଁ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ପରିଦର୍ଶନ କରିଛନ୍ତି।ଗ୍ରାମବାସୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଦୁର୍ଦ୍ଦଶା ଦେଖିବା ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଜଣାଇଥିବା ଦାବିକୁ ଗୁରୁତ୍ୱ ଦେଇଥିଲେ। ଏଥି ସହିତ ବିଧାୟକ କାଶୀନଗର ତହସିଲଦାର ସୁଧୀର କୁମାର ନନ୍ଦଙ୍କ ସହ ଆଲୋଚନା କରି ପ୍ରାୟ ୧୦ ଗୋଟି ପରିବାରକୁ ନିକଟବର୍ତ୍ତୀ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ।

ପ୍ରଭାବିତ ପରିବାରଙ୍କୁ ଆଶ୍ୱାସନା ଦେବା ସହ ଚିକିତ୍ସା, ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଓ ସମସ୍ତ ଆବଶ୍ୟକୀୟ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଗୁରୁତ୍ୱ ଦେଇଥିଲେ। ଏହି ଗସ୍ତ ସମୟରେ କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାୟାମ୍ମା, ସ୍ଥାନୀୟ ଜନପ୍ରତିନିଧି ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ବିଧାୟକଙ୍କ କ୍ଷେତ୍ର ପରିଦର୍ଶନ ପରେ ପ୍ରଭାବିତ ପରିବାରଙ୍କ ଦୁର୍ଦ୍ଦଶାର ସ୍ଥାୟୀ ସମାଧାନ ସହ ସେମାନଙ୍କୁ ସୁରକ୍ଷିତ ଜୀବନଯାପନର ସୁଯୋଗ ମିଳିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି