କୋରାପୁଟରେ ଶୋକର ଛାୟା: ବିଶାଖାପାଟଣାରେ ଆଇନଜୀବୀ ଚନ୍ଦ୍ରଶେଖର ତ୍ରିପାଠୀଙ୍କ ପରଲୋକ, ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

କୋରାପୁଟରେ ଶୋକର ଛାୟା: ବିଶାଖାପାଟଣାରେ ଆଇନଜୀବୀ ଚନ୍ଦ୍ରଶେଖର ତ୍ରିପାଠୀଙ୍କ ପରଲୋକ, ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

କୋରାପୁଟରେ ଶୋକର ଛାୟା: ବିଶାଖାପାଟଣାରେ ଆଇନଜୀବୀ ଚନ୍ଦ୍ରଶେଖର ତ୍ରିପାଠୀଙ୍କ ପରଲୋକ, ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

କୋରାପୁଟ: କୋରାପୁଟ ସହରର ଜଣାଶୁଣା ଆଇନଜୀବୀ ଚନ୍ଦ୍ରଶେଖର ତ୍ରିପାଠୀଙ୍କ ପରଲୋକରେ ସମଗ୍ର ସହରରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଅକାଳ ବିୟୋଗରେ ଆଇନଜୀବୀ ମହଲ ସମେତ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ପୌର ପରିଷଦ ଅନ୍ତର୍ଗତ ପୂଜାରୀପୁଟ ନିବାସୀ ଚନ୍ଦ୍ରଶେଖର ତ୍ରିପାଠୀ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।ତାଙ୍କ ମରଶରୀର କୋରାପୁଟରେ ପହଞ୍ଚିବା ପରେ କୋରାପୁଟ ଓକିଲ ସଂଘର କର୍ମକର୍ତ୍ତା, ପୌର ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀଙ୍କ ସମେତ ବହୁ ସହରବାସୀ ଶେଷ ଦର୍ଶନ କରିଥିଲେ। ଏହି ଅବସରରେ ସମସ୍ତେ ପୁଷ୍ପମାଲ୍ୟ ଅର୍ପଣ କରି ଦିବଂଗତ ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ପରେ ମରଶରୀରକୁ ପୂଜାରୀପୁଟସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା।

ସେଠାରେ ପରିବାରବର୍ଗ, ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁମାନେ ଶେଷ ଦର୍ଶନ କରିଥିଲେ। ଏହାପରେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ମରଶରୀରକୁ ଆମ୍ବୁଲାନ୍ସ ଯୋଗେ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ନିଆଯାଇଛି।ତାଙ୍କ ବିୟୋଗରେ କୋରାପୁଟ ଏକ ଜଣାଶୁଣା ବ୍ୟକ୍ତିତ୍ୱଙ୍କୁ ହରାଇଛି। ଦିବଂଗତ ଆତ୍ମାଙ୍କ ସଦ୍‌ଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଈଶ୍ୱର ଏହି ଦୁଃଖ ସହିବାର ଶକ୍ତି ପ୍ରଦାନ କରନ୍ତୁ।