ଗୋ ସମ୍ମାନ ଆହ୍ବାନ ଅଭିଯାନ ପକ୍ଷରୁ ଜିଲ୍ଲାପାଳଙ୍କୁ ପ୍ରାର୍ଥନା ପତ୍ର ପ୍ରଦାନ
ରାୟଗଡ଼ (info media) ରାୟଗଡ଼ ଜିଲ୍ଲାରେ ଗୋ ସମ୍ମାନ ଆହ୍ବାନ ଅଭିଯାନ ଗୋମାତାଙ୍କ ସୁରକ୍ଷା ରାଷ୍ଟ୍ରୀୟ ମର୍ଯ୍ୟାଦା ସମ୍ମାନ ପ୍ରଦାନ ହେତୁ କେନ୍ଦ୍ରୀୟ ନିୟମ ଓ ଗୋପାଳନ ମନ୍ତ୍ରାଳୟ ସ୍ଥାପନ ପାଇଁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥନା ପତ୍ର ପ୍ରଦାନ କରାଯାଇଛି।ଏହି ପ୍ରେରୀପେକ୍ଷୀରେ ରାୟଗଡ଼ ଜିଲ୍ଲାରେ ଏହି ଅଭିଯାନ ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନସହ ପୂଜ୍ୟ ସାଧୁସନ୍ଥ ଓ ଗୋ ଭକ୍ତମାନେ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ବିଜୟମନ୍ତ ପାଠ ଓ ଗାୟତ୍ରୀ ଯଜ୍ଞ ଅନୁଷ୍ଠାନ ସହ ଗୋପୂଜନ କରିବା ସହ ଶତାଧିକ ଗୋ ଭକ୍ତମାନେ କୀର୍ତ୍ତନ ମାଧ୍ୟମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥନା ପତ୍ର ପ୍ରଦାନ କରିଥିଲେ। ଏଥିରେ ଗୋ ସୁରକ୍ଷା ଅଭିଯାନରଓଡ଼ିଶା ପ୍ରାନ୍ତ ପ୍ରମୁଖ ଆଚାର୍ଯ୍ୟ ରାଜେଶ ଜୀ କହିଛନ୍ତି ଗାଇ ପଶୁ ନୁହେଁ ଗାଇ ହେଉଛି ସନାତନ ଧର୍ମ ସଂସ୍କୃତିର ମେରୁଦଣ୍ଡ।ଗାଇକୁ ଶାସ୍ତରେ ମାତା ଭାବରେ ସମ୍ବୋଧନ ଗୋ ଆଧାରିତ କୃଷି,ଗୋ ଆଧାରିତ ଅର୍ଥ ବ୍ୟବସ୍ଥା,ଗୋ ଚାରଣ ଭୂମିର ଆବଶ୍ୟକତା ରହିଛି ବୋଲି ମତପୋଷଣ କରିଥିଲେ। ଏହି ଅବସରରେ ପୂଜ୍ୟ ସ୍ବାମୀ ଜନକାନନ୍ଦ ଗିରି, ଗାୟତ୍ରୀ ପରିବାରର ସୁଧୀର ମିଶ୍ର ଓ ବିଶ୍ବ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା ଓ ଏଥିରେ ଅନେକ ଗୋ ପ୍ରେମୀ ଯୋଗଦାନ କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
