ଗଞ୍ଜାମ ଜିଲ୍ଲା କସେଇ ବିଦ୍ୟାଳୟରେ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲା କସେଇ ବିଦ୍ୟାଳୟରେ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲା କସେଇ ବିଦ୍ୟାଳୟରେ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

ଆସିକା: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ କସେଇ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳିତ ହୋଇଛି।ଏହି ଅବସରରେ ବିଦ୍ୟାଳୟର ୧୫୭ ଜଣ ଛାତ୍ରଛାତ୍ରୀଙ୍କୁ ଆମ୍ବ, ପଣସ, ନିମ୍ବ, ଆକାଶିଆ, ଶାଗୁଆନ, ପିଜୁଳି ଓ ସଜନା ଆଦି ବିଭିନ୍ନ ପ୍ରଜାତିର ଚାରା ବିତରଣ କରାଯାଇଥିଲା।ପ୍ରଧାନ ଶିକ୍ଷକ ଅମୂଲ୍ୟ ଚନ୍ଦ୍ର ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ଦୀନବନ୍ଧୁ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା ଓ ପରିବେଶ ସୁରକ୍ଷାରେ ବୃକ୍ଷର ଭୂମିକା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ।କାର୍ଯ୍ୟକ୍ରମରେ ଶିକ୍ଷକ ଶଙ୍କର ବେହେରା, ନିମାଇ ଚରଣ ସାହୁ, ସୁନୀଲ ପାଣିଗ୍ରାହୀ, ଗୋପାଳ ପଟ୍ଟନାୟକ ଓ ବିଜନ କୁମାର ଜେନା ଉପସ୍ଥିତ ରହି ସହଯୋଗ କରିଥିଲେ।ଏହାସହ ବୃକ୍ଷରୋପଣର ଆବଶ୍ୟକତା ଉପରେ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ରିପୋର୍ଟ ଗଣେଶ ପାଣିଗ୍ରାହୀ ରିପୋର୍ଟ