ମୋହନା ବ୍ଲକ ସ୍ତରୀୟ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କଲେ ବିଧାୟକ ଦାଶରଥି ଗମାଙ୍ଗ । ଗଜପତି,୨୬.୧ (ମନୋଜ ପାଢ଼ୀ)ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ତରୀୟ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କଲେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ।ମୋହନାରେ ନୂତନ ଭାବେ ଗଠିତ ପରିଚାଳନା କମିଟି ର ଅଧ୍ୟକ୍ଷ ତଥା ମୋହନା ସାମ୍ବାଦିକ ଜୋର୍ଣ୍ଣାଲିଷ୍ଟ ୟୁନିଅନର ସଭାପତି ଗଣେଶ ବିଷୋୟୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ପ୍ୟାରେଡ ରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ।ଏହି ବ୍ଲକ ସ୍ତରୀୟ ପ୍ୟାରେଡ ରେ ସ୍ଥାନୀୟ ବନ ଅଧିକାରୀ ଲଷ୍ମୀ ପ୍ରସାଦ ବିଷୋୟୀ, ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ସରପଞ୍ଚ ଶ୍ରୀମତୀ ସୁନିତା ମଲ୍ଲିକ, ମୋହନା ଥାନା ଅଧିକାରୀଶ୍ରୀ ହାଁସଦା,ସ୍ଥାନୀୟ ଆର୍ମି ଅଧିକାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। ମୁଖ୍ୟ ଅତିଥି ବିଧାୟକ ଉପସ୍ଥିତ ଅଧିକାରୀ ଏବଂ ଛାତ୍ର ଛାତ୍ରୀ ଙ୍କୁ ଉଦବୋଧନ ଦେଇ କହିଥିଲେ କି ଦେଶକୁ ସୁରକ୍ଷା ଦେବା ନିମନ୍ତେ ଆମକୁ ଏକ ହୋଇ ଚଳିବାକୁ ପଡିବ ଏବଂ ଆମ ଅଞ୍ଚଳ ର ଉନ୍ନତ୍ତି ନିମନ୍ତେ ହାତ କୁ ହାତ ମିଶାଇ କାର୍ଯ୍ୟ କଲେ ଆମ ଅଞ୍ଚଳ ର ନିଶ୍ଚିତ ଉନ୍ନତ୍ତି ହେବ ବୋଲି ପ୍ରକାଶ କରିଥିଲେ। ବିଧାୟକ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ପ୍ୟାରେଡ ପରିଦର୍ଶନ ସହ ବିଭିନ୍ନ କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ମିଷ୍ଟାନ ବଣ୍ଟନ ସହ ପୁରସ୍କାର ଏବଂ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି ବ୍ଲକ ସ୍ତରୀୟ ପ୍ୟାରେଡ ରେ ମୋହନା ଅଞ୍ଚଳରେ ଥିବା ମହାବିଦ୍ୟାଳୟ,ସମସ୍ତ ମାଧ୍ୟମିକ ବିଦ୍ୟାଳୟ,ସମସ୍ତ ଉଚ୍ଚ ବିଦ୍ୟାଳୟ,ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଇଂରାଜୀ ମାଧ୍ୟମ ବିଦ୍ୟାଳୟ,ଭିନ୍ନକ୍ଷମ ବିଦ୍ୟାଳୟ ମିଶି ସମୁଦାୟ ୧୯ ଦଳ ପ୍ୟାରେଡ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ।
ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଉଚ୍ଚ କୋଟିର ପଦର୍ଶନ କରିଥିବା ଦଳ ଗୁଡିକୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ରୁ ଆସିଥିବା ସାଗରୀକା ଆଚାର୍ଯ୍ୟ ଉଦଘୋଷିକା କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଥିବା ବେଳେ ମୋହନା ଜୋର୍ଣ୍ଣାଲିଷ୍ଟ ୟୁନିଅନ ର ସନ୍ତୋଷ ପାଢ଼ୀ, ମନ୍ମଥ ମିଶ୍ର,ପିଣ୍ଟୁ ପ୍ରଧାନ ଙ୍କ ସହିତ ସମସ୍ତ ସଭ୍ୟ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେବାରେ ଅଂଶ ଗ୍ରହଣ କରିଥିଲେ।ଏହା ସଙ୍ଗେ ଓକିଲ ସିମାଞ୍ଚଳ କାର୍ଜି, ବିଭୁତି ମଲ୍ଲିକ, ରସାନନ୍ଦ ପାଣି, ଅଟୋ ୟୁନିଅନ, ଡ୍ରାଇଭର ୟୁନିଅନ,ଯୁବକ ସଂଘ, ବଣିକ ସଂଘ ସମେତ ଗ୍ରାମର ସମସ୍ତ ଗ୍ରାମ ମୁଖିଆ ମାନେ ୭୭ ତମ ସାଧାରଣତନ୍ତ୍ର ଦିବସ ଉତ୍ସବରେ ସହଯୋଗ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ଏହି କାର୍ଯ୍ୟକ୍ରମରେ ଟି.ଇରେଶ କୁମାର ରାଓ, ପୁର୍ଣ ଚନ୍ଦ୍ର ଦଳାଇ ଦୁଇ ଅବସର ପ୍ରାପ୍ତ ସେନା ଅଧିକାରୀ ପ୍ରମୁଖ ବିଚାରକ ମଣ୍ଡଳୀ ରେ ରହି ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିବା ସହ ସମସ୍ତ ବିଦ୍ୟାଳୟ ର ଅଧ୍ୟକ୍ଷ, ଅଧ୍ୟାପକ,ଶିକ୍ଷକ,ଶିକ୍ଷୟତ୍ରୀ ଙ୍କ ସହିତ ବିଭିନ୍ନ କ୍ଷେତ୍ରରେଉଲେଖନିୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ଉପଢୌକନ ସହ ପ୍ରମାଣ ପତ୍ର ଦେଇ ସମ୍ମାନିତ କରାଯାଇଥିଲା।ଅଞ୍ଚଳର ସମସ୍ତ ଲୋକ ପ୍ରତିନିଧି,ବ୍ୟବସାୟୀ,ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା।

