ଗଞ୍ଜାମ ଜିଲ୍ଲା ସୋରଡ଼ା, 26/05/2026(ଗଣେଶ ପାଣିଗ୍ରାହୀ ରିପୋର୍ଟ)ଆଜି ସୋରଡ଼ା ବିଧାନସଭା କ୍ଷେତ୍ରର ସୋରଡ଼ା ବ୍ଲକ ଅନ୍ତର୍ଗତ ବଡ଼ଗଡ଼ ପଂଚାୟତ ରେ ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଅଧୀନରେ ପ୍ରଶାସନ ପକ୍ଷରୁ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ସୋରଡ଼ା ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ନୀଳମଣି ବିଷୋୟୀ ଓ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ତନ୍ମୟ ପାତ୍ର, ପଂଚାୟତ ଜୁନିଅର ଇଞ୍ଜିନିଅର ମୁକେଶ ଟୋପ, ଏ ଡ଼ି ଓ ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, ପଂଚାୟତ ଏକ୍ସକ୍ୟୁଟିଭ ଅଫିସର ସୁରେନ୍ଦ୍ର ସେଠି, ଘୁମୁସର ଜିଲ୍ଲା ଉପ ସଭାପତି ଶ୍ରୀ ରାଧା ମୋହନ ସ୍ୱାଇଁ, ସମାଜ ସେବି ଭଗବାନ ପାତ୍ର, ମିଶନ ଶକ୍ତି ବ୍ଲକ ପ୍ରୋଜେକଟ ଅଫିସର ଶ୍ରୀମତୀ ବନିତା କୁମାରୀ ସାହୁ, ଭାରତୀୟ ଜନତା ଦଳର କର୍ମୀ ଓ ମିଶନ ଶକ୍ତି ମା ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ଏହାର ମୁଖ୍ୟ ଉଦ୍ୟେଶ ହେଉଛି ଆମ ଜିଲ୍ଲା ର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ରେ ପରିମଳ ବ୍ୟବସ୍ଥା ର ସୁଧାର ଆଣିବା ପାଇଁ ବାହ୍ୟ ମଳ ତ୍ୟାଗ ମୁକ୍ତ, ବର୍ଜ୍ୟବସ୍ତୁ ପରିଚାଳନା, ପ୍ଲାଷ୍ଟିକ ବର୍ଜନ ଏବଂ ସପ୍ତାହିକ ସଫେଇ ଅଭିଯାନ ଉପରେ ସମସ୍ତ ଜନସାଧାରଣ ଙ୍କୁ ଅବଗତ କରାଇଲେ। ଜିଲ୍ଲା ପ୍ରଶାସନ ବା ମୁନିସିପାଲିଟି ର ସ୍ୱଚ୍ଛତା ନିୟମ ଗୁଡିକୁ ସମ୍ପୂର୍ଣ ରୂପେ ପାଳନ କରିବାପାଇଁ ଅନୁରୋଧ କଲେ। ଗଞ୍ଜାମ ଜିଲାପାଳ ଙ୍କ ନିର୍ଦେଶ କ୍ରମେ ପ୍ରତି ମଙ୍ଗଳବାର ଦିନ ସଫେଇ କାର୍ଯ୍ୟକ୍ରମ କରିବା ପାଇଁ ମଧ୍ୟ ଜଣେଇଥିଲେ।
ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ
