କଳିଙ୍ଗପଟ୍ଟନମ୍ ନିକଟରେ ଗଭୀର ଅବପାତର ସ୍ଥଳଭାଗ ଅତିକ୍ରମଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା, କୋରାପୁଟ ସମେତ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କଳିଙ୍ଗପଟ୍ଟନମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ଭାରତୀୟ ପାଣିପାଗ ବିଭାଗର ବୁଲେଟିନ୍ ଅନୁସାରେ, ଏହା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଓ ପବନର ପ୍ରଭାବ ଜାରି ରହିଛି। କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅତିପ୍ରବଳ ବର୍ଷା ଆଶଙ୍କା ଥିବାବେଳେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଭଳି ଜିଲ୍ଲାରେ ମଧ୍ୟ ଭାରୀ ବର୍ଷାର ଆଶଙ୍କା ରହିଛି। Mausamଉପକୂଳ ଅଞ୍ଚଳରେ ସମୁଦ୍ର ଅବସ୍ଥା ରୁକ୍ଷରୁ ଅତ୍ୟନ୍ତ ରୁକ୍ଷ ରହିଥିବା ନେଇ IMD ସତର୍କ କରିଥିଲା। ଏବେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ଭାରୀରୁ ଅତିଭାରୀ ବର୍ଷା ନେଇ ସତର୍କତା ଜାରି ରହିଛି। Mausam ବିଶେଷ ସତର୍କତା: କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ କଳାହାଣ୍ଡିରେ ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ, ରାସ୍ତା ଯୋଗାଯୋଗ ବାଧା ଏବଂ ଘରବାଡ଼ି କ୍ଷୟକ୍ଷତିର ଆଶଙ୍କା ରହିଛି।📢 ସମସ୍ତେ ସତର୍କ ରୁହନ୍ତୁ। ଜରୁରୀ ନଥିଲେ ବର୍ଷା ସମୟରେ ଯାତାୟାତ ଏଡ଼ାନ୍ତୁ।