ଏନ୍.ଏସ୍.ଏସ୍ ଶୀତକାଳୀନ ସତ୍ଵନ୍ତ୍ର ଶିବିର ଉଦ୍ଘାଟିତ….
କନ୍ଧମାଳ :-ତା ୨୪/୨୬ (ରିପୋର୍ଟ କୁନା ଦିଗାଲ)କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଗୁଟିଙ୍ଗିଆ ଗ୍ରାମ ପଂଚାୟତ ରେ ଥିବା ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଟ୍ଟିଙ୍ଗିଆ, କନ୍ଧମାଳର ଏନ୍.ଏସ୍.ଏସ୍ ତରଫରୁ ଶୀତକାଳୀନ ସତ୍ବନ୍ତ୍ର ଶିବିର କଲେଜ ଅଧ୍ୟକ୍ଷ ଶ୍ରୀ ବାଦଲ କୁମାର ପାଲ ଙ୍କ ଅଧ୍ୟକ୍ଷତାରେ ଆର୍ଗାଡ଼ି ଗ୍ରାମରେ ଅନୁଷ୍ଠିତ ହୋଇଛି l ଆଜିର ଏହି କାର୍ଯ୍ୟକ୍ରମରେ । ଶ୍ରୀ ହୃଦୟ କୁମାର ପ୍ରଧାନ (ପୂର୍ବତନ ସରପଞ୍ଚ ତଥା ସମାଜ ସେବି, ଅର୍ଗାଡି ) ଓ ଶ୍ରୀ ମୂରଲୀଧର ପୋଲାଇ (CRCC ଗୁଟ୍ଟିଙ୍ଗିଆ ମୁଖ୍ୟ ଅତିଥି ଭାବେ ଶିବିର କୁ ଉଦ୍ଘାଟିତ କରି ସ୍ଵେଚ୍ଛାସେବୀ ଓ ସ୍ୱେଚ୍ଛାସେବୀନୀ ମାନଙ୍କୁ ସାମାଜିକସେବା ପାଇଁ ପ୍ରେରିତ କରିଥିଲେ । ଏହି ଅବସରରେ କଲେଜର ଅଧ୍ୟକ୍ଷ ବାଦଲ କୁମାର୍ ପାଲ୍, ସଭାର ସଭାପତିତ୍ବ କରି ଶିବିରାର୍ଥି ମାନଙ୍କୁ ସମାଜ୍ ସେବାର ମହତ୍ତ୍ଵ ବୁଝାଇଥିଲେ ।
ଏନ୍.ଏସ୍.ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଶ୍ରବଣ କୁମାର ଗୌଡ଼ ଓ କଲେଜର ଶିପ୍ଲାରାଓ , ପୁଷ୍ପଲତା ସାହୁ, ସରିତା ସାହୁ, ସୂର୍ଯ୍ୟକାନ୍ତ ପ୍ରଧାନ, ପ୍ରଦୀପ ପ୍ରଧାନ, କାମାକ୍ଷା ପ୍ରସାଦ ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ । ଶେଷରେ ଏନ୍.ଏସ୍.ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଧନ୍ୟବାଦ ପ୍ରଦାନ କରି ସଭାକୁ ସମାପ୍ତ କରିଥିଲେ।
