କୋରାପୁଟରେ ମର୍ମାନ୍ତିକ କାର ଦୁର୍ଘଟଣା: ଡ୍ରାଇଭରଙ୍କ ମୃତ୍ୟୁ

କୋରାପୁଟରେ ମର୍ମାନ୍ତିକ କାର ଦୁର୍ଘଟଣା: ଡ୍ରାଇଭରଙ୍କ ମୃତ୍ୟୁ

କୋରାପୁଟରେ ମର୍ମାନ୍ତିକ କାର ଦୁର୍ଘଟଣା: ଡ୍ରାଇଭରଙ୍କ ମୃତ୍ୟୁକୋରାପୁଟ: କୋରାପୁଟ ଜିଲ୍ଲାରେ ଘଟିଛି ଏକ ମର୍ମାନ୍ତିକ କାର ଦୁର୍ଘଟଣା। ଭାରସ୍ୟାମ ହରାଇ କାରଟି ରାସ୍ତାପାର୍ଶ୍ୱରେ ଥିବା ସେପ୍ଟି ଖୁଣ୍ଟକୁ ପିଟି ଓଲଟି ପଡ଼ିବା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ ମାଛକୁଣ୍ଡ ଥାନା ଅନ୍ତର୍ଗତ ମନ୍ତ୍ରୀପୁଟ ଗାଁର ପ୍ରଶାନ୍ତ ଖରା ବୋଲି ଚିହ୍ନଟ କରାଯାଇଛି।ପ୍ରାଥମିକ ସୂଚନା ଅନୁସାରେ, ଗାଡ଼ିଟି ଉଚ୍ଚ ଗତିରେ ଥିବା ସମୟରେ ଡ୍ରାଇଭର ଭାରସ୍ୟାମ ହରାଇଥିଲେ। ଫଳରେ କାରଟି ସିଧାସଳଖ ରାସ୍ତାପାର୍ଶ୍ୱରେ ଥିବା ସେପ୍ଟି ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଖବର ପାଇ ମାଛକୁଣ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ ଚାଲିଛି।