କେ.ସିତାପୁରଠାରେ ମୋ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ

କେ.ସିତାପୁରଠାରେ ମୋ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ

*କେ.ସିତାପୁରଠାରେ ମୋ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ*

ଗଜପତି,୨୮.୯(ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ସେବା ପକ୍ଷ ଅବସରରେ ମୋ ଭାରତ କେନ୍ଦ୍ର ଗଜପତି ପକ୍ଷରୁ କେ.ସିତାପୁର ଗ୍ରାମରେ ଏକ ଗ୍ରାମୀଣ ଚିକିତ୍ସା ଶିବିର ଆୟୋଜିତ ହୋଇଥଯାଇଛି।ଗ୍ରାମାଞ୍ଚଳର ଲୋକଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇବା ଓ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଶିବିରରେ ଗ୍ରାମବାସୀଙ୍କ ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ହିମୋଗ୍ଲୋବିନ୍ ପରୀକ୍ଷା କରାଯାଇଥିଲା। ଗଣ୍ଠି ଯନ୍ତ୍ରଣା, ଜ୍ୱର ଓ ଅନ୍ୟାନ୍ୟ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ନେଇ ଆସିଥିବା ଲୋକଙ୍କୁ ଆବଶ୍ୟକ ଚିକିତ୍ସା ପରାମର୍ଶ ଓ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା।ଏହି ଅବସରରେ ସ୍ୱାସ୍ଥ୍ୟର ଯତ୍ନ, ପ୍ରତିଷେଧକ ସ୍ୱାସ୍ଥ୍ୟସେବା, ପୋଷଣ ଏବଂ ସମୟୋଚିତ ଚିକିତ୍ସାର ଗୁରୁତ୍ୱ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା। ମୋ ଭାରତ କେନ୍ଦ୍ରର ସ୍ୱେଚ୍ଛାସେବୀମାନେ ଶିବିରର ଆୟୋଜନ ଓ ପରିଚାଳନା କରିବା ସହ ଜନସାଧାରଣଙ୍କୁ ସକ୍ରିୟ ସହଯୋଗ କରିଥିଲେ। ଏହି ପଦକ୍ଷେପ ମାଧ୍ୟମରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ପ୍ରତି ଲୋକଙ୍କ ସଚେତନତା ବୃଦ୍ଧି ସହ ଯୁବ ସ୍ୱେଚ୍ଛାସେବୀମାନଙ୍କୁ ସମାଜସେବାରେ ଅଧିକ ସକ୍ରିୟ ହେବା ପାଇଁ ପ୍ରେରଣା ମିଳିଛି।