ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ରେ ଲୋକ ଙ୍କ ପ୍ରବଳ ଭିଡ, ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯକ୍ରମ ରେ ଝୁମିଲେ ଦର୍ଶକ…

ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ରେ ଲୋକ ଙ୍କ ପ୍ରବଳ ଭିଡ, ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯକ୍ରମ ରେ ଝୁମିଲେ ଦର୍ଶକ...

ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ରେ ଲୋକ ଙ୍କ ପ୍ରବଳ ଭିଡ, ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯକ୍ରମ ରେ ଝୁମିଲେ ଦର୍ଶକ…

କନ୍ଧମାଳ :-ତା,୨୦/୦୪ ( ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ୨୦୨୬ ରଉଦଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗ ଦେଇ କନ୍ଧମାଳ ଜିଲ୍ଲା ର କଳା ସଂସ୍କୃତି ପରମ୍ପରା ସହ ବାଣିଜ୍ୟର ପ୍ରଚାର ପ୍ରସାର ପାଇଁ ଅନୁଷ୍ଠିତ ଏହି ଲୋକ ଉତ୍ସବ ଓ ବାଣିଜ୍ୟ ମେଳା ର ସଫଳତା କାମନା କରିବା ସହ ଆୟୋଜକ ମାନଙ୍କୁ ଭୂରୀ ଭୁରୀ ପ୍ରଶଂସା କରିଥିଲେ l ବାଣିଜ୍ୟ ମେଳା ଏତେ ସୁନ୍ଦର ଓ ଆକର୍ଷଣୀୟ ହୋଇଥିବା ମୁଖ୍ୟ ଅତୀ ଥି ବିଧାୟକ ମଲିକ ମତ ପ୍ରକାଶ କରିବା ସହ ଆଗମୀ ଦିନରେ ଯଥା ସମ୍ଭବ ସାହଯ୍ୟ ସହଯୋଗ କରିବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ଓ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ନାଗରିକ ମଞ୍ଚ ସଭାପତି ଡ ଅରୁପ ଜେନା ଯୋଗ ଦେଇ ଗତ ବର୍ଷ ଅପେକ୍ଷା ଏହି ବର୍ଷ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ଅଧିକ ସରସ,ସୁନ୍ଦର ଓଆକର୍ଷଣୀୟ ହୋଇଥିବା କହିବା ସହ ଉତ୍ତରୋତ୍ତର ଉନ୍ନତି କାମନା କରି ଥିଲେ l କୌଣସି ସରକାରୀଅନୁଦାନ ନ ପାଇ ଏତେ ବଡ ମେଳା ଦୀର୍ଘ ୧୨ଦିନ ବ୍ୟାପୀ ଅୟୋଜନ କରିବା କିଛି କମ ବଡ କଥା ନୁହେଁ ଏଣୁ ଆୟୋଜକଭୂୟସୀ ପ୍ରଶଂସା କରିଥିଲେ l ସରକାରୀ ସହାୟତା ଯୋଗାଇଦେବା ଲାଗି ଦାବୀ କରିଥିଲେ l ସେହିପରି କନ୍ଧମାଳ ବାଣିଜ୍ୟ ମେଳା ର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଧନ୍ୟବାଦ୍ ଦେଇଥିବା ବେଳେ କାର୍ଯ୍ୟ କାରୀ ଅଧ୍ୟକ୍ଷ ରାଧାମୋହନ ମହାପାତ୍ର, ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରି ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ସୁଜିତ କୁମାର ବେହେରା, ନୀଳ ମାଧବ ମିଶ୍ର, ମହମ୍ମଦ ଚୀଷ୍ଟି,ପ୍ର ସନ୍ କୁମାର୍ ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଙ୍କୁ ଆୟୋଜନ କମିଟି ପକ୍ଷରୁ ପୁଷ୍ପ ଗୁଚ୍ଛ, ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ସୋନ୍ତଶ କୁମାର ବେହେରା, ଅନିତା ପଟନାୟକ, ବିରଜିନି ମହାପାତ୍ର,ଶୁଭ୍ରl ପଟ୍ଟନାୟକ, ରୁପମ୍ବିକା ତ୍ରିପାଠୀ ଶିବ ବିଶ୍ୱାଳ,ରଞ୍ଜିତ ବେହେରା, ଶିବ ପ୍ରସାଦ ନାୟକ ପ୍ରମୁଖ ସାହଯ୍ୟ ସହଯୋଗ କରିଥିଲେ l ଶେଷ ଦିନରେ ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ଡେନ୍ସ ଏକାଡେମୀ ର କଳାକାର ମାନେସୁନ୍ଦର ସାଂସ୍କୃତିକବିଚିତ୍ରା କାର୍ଯ୍ୟ କ୍ରମ ପରିବେଷଣ କରିଥିଲେ l ସାଂସ୍କୃତିକ ସମ୍ପାଦକ ଅଶୋକ ମହାନ୍ତି ସହ ସମ୍ପାଦକ ମୁଷ୍କlନ୍ ମଞ୍ଚ ପରିଚାଳନା କରିଥିଲେ l ଏହି ମେଳl ଗତ ୮ରୁ ଆରମ୍ଭ ହୋଇ ୨୦ଯାଏ ଦୀର୍ଘ ୧୨ଦିନ ବ୍ୟାପୀ ଶାନ୍ତି ଶୃଙ୍ଖଳା ର ସହ ଚାଲିଥିଲା l ସେହିପରି ଇଣ୍ଡୋନେସିଆ ରୁ ଆସିଥିବା ଜଳ ପରି, ମିନା ବଜାର, ସୁପର ବଜାର, ଗାଡ଼ି ମୋଟର ଷ୍ଟଲ, ସ୍ଵୟଂ ସହାୟକ ଗୋଷ୍ଠୀ ଷ୍ଟଲ, ସମ୍ବଲପୁରୀ, ଜେଲ୍ ଷ୍ଟଲ ଓ ଅନ୍ୟାନ୍ୟ ବାଣିଜ୍ୟିକ ଷ୍ଟଲ ରେ ଲୋକୋଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା l ସେହିପରି ବିଭିନ୍ନ ପ୍ରକାର ଖା ଇଵା ଷ୍ଟଲ ରେ ଲୋକେ ସୁସ୍ୱାଦୁ ଖାଦ୍ୟ ର ବେଶ ମଜା ଉଠାଇଥିଲେ l ଏହି ୧୨ଦିନରେ ୧୨୦ରୁ ଉର୍ଦ୍ଧ୍ବ ଷ୍ଟଲ ରେ ପ୍ରାୟ ଏକ କୋଟି ଟଙ୍କା ର ବ୍ୟବସାୟ ହୋଇଥିବା ଜଣାପଡିଛି l ଏହି ବାଣିଜ୍ୟ ମେଳା କୁ ଜିଲାପାଳ ଓ ଏସପି ଉଦଘାଟନ କରିଥିବା ବେଳେ ବିଭିନ୍ନ ଦିନରେ ଅତିରିକ୍ତ ଜିଲାପାଳ, ଉପ ଜିଲ୍ଲାପାଳ, ପି ଏ ଆଇଟିଡିଏ ଫୁଲବାଣୀ, ଓ ବାଲିଗୁଡ଼ା, ଅନେକ ବିଡ଼ିଓ, ତହସିଲ ଦାର, ଡି ଏସ ଏସ ଓ, ଅର୍ମାସ୍ ମୁଖ୍ୟ କାର୍ଯ୍ୟ ନିର୍ବାହୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ମଣ୍ଡଳ, ମେଡିକାଲ କଲେଜ ଡି ନ,ଫୁଲବାଣୀ ଓ ଜି ଉଦୟଗିରି ବିଧାୟକ, ବିଜେପି ନେତା ଭଗବାନ ମହାନ୍ତି, ଜିଲ୍ଲା କଂଗ୍ରେସ ସଭାପତି ଚଂଦ୍ର ଶେଖର ପରିଡ଼ା, ଆଦିବାସୀ ନେତା ଓ ବରିଷ୍ଠ ଆଇନଜୀବି ଲମ୍ବୋଦର କହଁର, ବରିଷ୍ଠ ସାମ୍ବାଦିକ ଅରୂପ ଜେନା ଓ ଶିବ ପ୍ରସାଦ ତ୍ରିପାଠୀ ପ୍ରମୁଖ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ l ଜିଲା ପ୍ରଶାସନ, ପୋଲିସ ପ୍ରଶାସନ, ବିଦ୍ୟୁତ୍ ବିଭାଗ, ମୁନିସ ପlଳିଟି, ପି ଏ ଚଇ ଡି, ଅଗ୍ନିଶମ ବିଭାଗ ମେଡିକାଲ ପ୍ରମୁଖ ସାହଯ୍ୟ ସହଯୋଗ ର ହାତ ବଢ଼େଇଥିବାରୁ ବାଣିଜ୍ୟ ମେଳା କମିଟି ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ ଓ ସମସ୍ତ ସଦସ୍ୟ କୃତଜ୍ଞତା ଜଣାଇଛନ୍ତି l ଆ ଗlମି ବର୍ଷ ଏହି ବାଣିଜ୍ୟ ମେଳା କୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଉଦ୍ୟମ କରାଯିବ ବୋଲି ଅଧ୍ୟକ୍ଷସୁନୀଲ ପଟନାୟକ, ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ରାଧା ମୋହନ ମହାପାତ୍ର କହିଛନ୍ତି l