ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ସ୍ୱାକ ପକ୍ଷରୁ କମ୍ବଳ ବିତରଣ -ଗରିବ ମୁହଁରେ ହସ ଫୁଟାଇବା ପ୍ରୟାସ
କନ୍ଧମାଳ:- (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲାର ସମାଜସେବୀ ସଂଗଠନ “ସ୍ୱାକ” ତରଫରୁ ଟିକାବାଲି ବ୍ଲକର ୧୦ଟି ପଞ୍ଚାୟତ ତଥା ଟିକାବାଲି,ଗାର୍ଡିଙ୍ଗିଆ,ବୁର୍ବିନାଯୁ,ପାବୁରିଆ, ପାଡ଼ାଙ୍ଗି,କଟିମାହା,ବଡିମୁଣ୍ଡା, ପିକରଡି, କାଇଁଝର, ଗୁଟିଙ୍ଗିଆ,ପଞ୍ଚାୟତର ଶତାଧିକ ଅସହାୟ, ନିରୀହ ଗରିବ, ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ଲୋକମାନଙ୍କୁ ବୁର୍ବିନାଜୁ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସଭାଗୃହରେ କମ୍ବଳ ବିତରଣ କରାଯାଇଥିଲା। ଉକ୍ତ ସ୍ଥାନକୁ ଆସି ପାରିନଥିବା ଶଯ୍ୟାସାଇ ମାନଙ୍କୁ ଘରେ ଘରେ ପହଞ୍ଚି କମ୍ବଳ ଦେଇ ସେମାନଙ୍କ ମୁହଁରେ ହସ ଫୁଟାଇଛନ୍ତି।
ଚଳିତ ବର୍ଷ ଅତ୍ୟଧିକ ଶୀତର ପ୍ରକୋପ କୁ ଦୃଷ୍ଟି ରେ ରଖି ଶଯ୍ୟାଶାୟୀ ହୋଇ ଅସହ୍ୟ ଥଣ୍ଡାରେ ଅନେକ ଗରିବ ଅସହାୟ ଲୋକମାନଙ୍କ ପାଖରେ କୌଣସି ଶୀତ ବସ୍ତ୍ର ନଥିବା ପରିଲକ୍ଷିତ ହୋଇଥିବାରୁ ଏହି ପରି ପଦକ୍ଷେପ ନେଇଥିବା ସ୍ୱାକ ସଂଗଠନର ସଦସ୍ୟ ସଦସ୍ୟା ମାନେ ମତ ବ୍ୟକ୍ତ କରିଛନ୍ତି । ତା ସହିତ ଅନେକ ସମାଜସେବୀ ମନୋଭାବ ଥିବା ବଦାନ୍ୟ ବ୍ୟକ୍ତିଙ୍କ ସାହାର୍ଯ୍ୟ ସହାୟତା ଓ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ସଂଗଠନର ସଭାପତି ଆମନ ଚନ୍ଦ୍ର ନାୟକ କହିଛନ୍ତି। କାର୍ଯ୍ୟକ୍ରମରେ ଟିକବାଲି ବ୍ଲକ୍ ଅଧକ୍ଷ ଦିଲ୍ଲୀପ କୁମାର କହଁର ଉପସ୍ଥିତ ରହି ନିଜର ବହୁମୂଲ୍ୟ ମତ ପ୍ରକାଶ କରିଥିଲେ ।
ବରିଷ୍ଠ ସାମ୍ବାଦିକ ସମ୍ବାଦ ପ୍ରତିନିଧି ତଥା ସ୍ୱାକ ସଂଗଠନର ଉପଦେଷ୍ଟା ସମିର କୁମାର ପାଢ଼ୀ ସମେତ ସଂଗଠନର ସମସ୍ତ ସଦସ୍ୟ ସଦସ୍ୟା ଅସହାୟ ବୃଦ୍ଧ ବୃଦ୍ଧା ମା ବାପାଙ୍କୁ କମ୍ବଳ ପ୍ରଦାନ କରିଥିଲେ। ଏହି ପରି ମହାନ କାର୍ଯ୍ୟକୁ ଅଞ୍ଚଳର ବୁଦ୍ଧିଜୀବି ଓ ବୃଦ୍ଧ ବୃଦ୍ଧା ମାନେ ପ୍ରଶଂସା କରିବା ସହିତ ଆଶୀର୍ବାଦ କରିଥିଲେ। ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରେ ଏହି କମ୍ବଳ ବଣ୍ଟନ କାର୍ଯ୍ୟ କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ମିଳିଛି। କାର୍ଯ୍ୟକ୍ରମକୁ ସଂଗଠନର ସହସମ୍ପାଦକ ସଞ୍ଜୀବ କୁମାର ଦିଗାଲ ପରିଚାଳନା କରିଥିବା ବେଳେ ସଂଗଠନର ସମସ୍ତ ସଦସ୍ୟ ସଦସ୍ୟା ତଥା ସମ୍ପାଦକ ହୃଷିକେଶ ପ୍ରଧାନ, ଉପସଭାପତି ସସ୍ମିତା ମଲ୍ଲିକ,ସାମନ୍ତ ସେଖର ନାୟକ, ମିନାକ୍ଷୀ ପ୍ରଧାନ ସହଯୋଗ କରିଥିଲେ।
