, ଲକ୍ଷ୍ମୀପୂଜା ଉପଲକ୍ଷେ ଧୁବେନପାଲି ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।
ବରଗଡ-(ଭବାନୀ ଶଙ୍କର ପାଢ଼ୀ)ବରଗଡ ଜିଲ୍ଲା ଭେଡେନ ବ୍ଳକ ଅଏଁଲାପାଲି ଗ୍ରାମପଞ୍ଚାୟତ ଧୁବେନପାଲି ଗ୍ରାମରେ ୩୯ତମ ଲକ୍ଷ୍ମୀପୂଜା ଅବସରରେ ଲକ୍ଷ୍ମୀ ମଣ୍ଡପ ଠାରେ ଧୁବେନପାଲି ଯୁବଗୋଷ୍ଠୀ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଏଁଲାପାଲି ଗ୍ରାମପଞ୍ଚାୟତ ର ସମିତି ସଭ୍ୟ ଶ୍ରୀଯୁକ୍ତ ତୋଷବନ୍ତ ବେହେରା ଫିତା କାଟି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଜଣେ ମହିଳା ଶ୍ରମତୀ ଟିକେଶ୍ବରି ସାହୁ ଙ୍କ ସମେତ ସର୍ବମୋଟ୍ ୩୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।ବୀରସୁରେନ୍ଦ୍ର ସାଏ ମେଡିକାଲ ହସ୍ପିଟାଲ ବୁର୍ଲା ରକ୍ତ ଭଣ୍ଡାର୍ ର ଡାକ୍ତର ଦେବାଶିଷ ବେହେରା, ଟେକନିସିଆନ ଲାଲୁ ବିଶ୍ବାସ୍, ପାଏନୁ ଭୋଇ, ସଂଜିବ କୁମାର ବେରା, ଜନକ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।ଏହି ଅବସରରେ ସମ୍ମିଳିତ ଅତିଥି ଭାବେ ଅମୃତ କୁଟୁମ ଭେଡେନ ର ସଭାପତି ଶ୍ରୀ ଆନଂଦ ଚନ୍ଦ୍ର ସୁନା, ଶ୍ରୀ ପ୍ରକାଶ ଦାସ, ଶ୍ରୀ ସୁରଜ ବେହେରା ଶ୍ରୀ ପର୍ଶୁରାମ ପାତ୍ର (ଅବସରପ୍ରାପ୍ତ ଖେଳ ଶିକ୍ଷକ) ଶ୍ରୀ ସମ୍ଭୁ ପଧାନ, ଶ୍ରୀ ମନୋଜ କର୍ମି ଓ ଧୁବେନପାଲି ଯୁବଗୋଷ୍ଠୀ ପରିଚାଳନା କରିଥିଲେ।ସର୍ବ ଶେଷରେ ଶ୍ରୀ ପ୍ରକାଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
