ମଣ୍ଡଳ ସ୍ତରୀୟ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିନ ।

Spread the love

ମଣ୍ଡଳ ସ୍ତରୀୟ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିନ ।

ଗଜପତି -ମନୋଜ ପାଢୀ/

ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ସଦର ମହକୁମା ସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଠାରେ ମଣ୍ଡଳ ସ୍ତରୀୟ ଅନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଛି l ଗୋଷ୍ଠୀ ଶିକ୍ଷାଧିକାରୀ ବୀରେନ୍ଦ୍ର ମଣ୍ଡଳଙ୍କ ତତ୍ୱାବଧାନ ରେ ଆୟୋଜିତ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ କାର୍ଯ୍ୟକ୍ରମରେ ରା. ଉଦୟଗିରି ବ୍ଲକ ର ବିଭିନ୍ନ ବିଦ୍ୟାଳୟରୁ ୫୦ରୁ ଉର୍ଦ୍ଧ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନେ ସେମାନଙ୍କ ଅଭିଭାବକ ଙ୍କ ସହ ଯୋଗ ଦେଇଥିଲେ l ରା. ଉଦୟଗିରି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋରିମନ ଖୋର୍ଷେଲ , ଶିଶୁ ବିକାଶ ଅଧିକାରିଣୀ , ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ , ସ୍ଥାନୀୟ ସରପଞ୍ଚ , ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଓ ସ୍ଥାନୀୟ ସମାଜ ସେବୀ ପ୍ରମୁଖ ଉଦଘାଟନ ଓ ଉଦଯାପନୀ ସମାରୋହ ରେ ଯୋଗ ଦେଇଥିଲେ l ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସ୍ଲୋଗାନ ଦେଇ ସଦର ମହକୁମାର ନଗର ପରିକ୍ରମା କରାଯାଇଥିଲା l ଛାତ୍ରଛାତ୍ରୀ ଙ୍କ ଅନ୍ତର୍ନିହିତ ଗୁଣକୁ ବିକଶିତ କରିବା ପାଇଁ ଚିତ୍ରାଙ୍କନ , ସଂଗୀତ , ନୃତ୍ୟ , ମିୟୁଜିକ୍ ଚେୟାର ଆଦି କ୍ରୀଡା କରାଯାଇ ପିଲାମାନଙ୍କ ମନବଳ ବଢେଇବା ପାଇଁ କମ୍ପାକ୍ସ ବକ୍ସ ଖାତା କଲମ ଦେଇ ପୁରସ୍କୃତ କରାଯାଇଥିଲା l ଗୋଷ୍ଠୀ ସମ୍ବଳ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ସରକାରଙ୍କ ତରଫରୁ ଦିବ୍ୟାଙ୍ଗ ପିଲାଙ୍କ ମନବଳ ଦୃଢ଼ କରିବା ପାଇଁ ପ୍ରୟାସ କରୁଥିବା ଏହି କାର୍ଯ୍ୟକ୍ରମ କୁ ଅଭିଭାବକ ଓ ଅଭିଭାବିକା ଭୁୟସୀ ପ୍ରସଂଶା କରିଥିଲେ l