77 ତମ ବନମହୋତ୍ସବ ଅନୁଷ୍ଠିତ
01/07/26ଗଜପତି (ମନୋଜ କୁମାର ପାଢୀ):- ଆଜି ଗଜପତି ଜିଲ୍ଲା ଚନ୍ଦ୍ରଗିରି ଠାରେ 77 ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ଗଜପତି ଜିଲ୍ଲା ବନଖଣ୍ଡ ଅଧିକାରୀ କେ.ନାଗରାଜୁ ଉପସ୍ଥିତ ରହି ଏକ ପେଡ୍ ମା କେ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରାୟ 20 ହଜାରୁ ଉର୍ଦ୍ଧ ବିଭିନ୍ନ ପ୍ରଜାତିର ଫଳନ୍ତି ଗଛ ରୋପଣ କରିଥିଲେ । ସ୍ଥାନୀୟ ବନବିଭାଗ ତଥା ସ୍ଥାନୀୟ ସରପଞ୍ଚ ରଜନୀକାନ୍ତ ପ୍ରଧାନ ,ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଟିର ନାୟକ , ବୁଦ୍ଧିଜୀବୀ ତଥା ସ୍ୱୟଂ ସହାୟିକା ଗୋଷ୍ଠି ର ମହିଳା ମାନେ ସମସ୍ତ ଛାତ୍ରୀ ଗଣ ବୃକ୍ଷ ରୋପଣ କରିବା ସହ ସୀଡ ବଲ୍ ଫୋପାଡିଥିଲେ ।ଏହି କାର୍ଯ୍ୟକ୍ରମକୁ ବନପାଳ ଗଣେଶ କୁମାର ପ୍ରଧାନ , ବାରିକ ବେହେରା , ଏସିଫ ଅରୁଣ କୁମାର ସାହୁ ,ରେଞ୍ଜର ରୂପକ ପ୍ରଧାନ ଏବଂ ସମସ୍ତ ବନକର୍ମଚାରୀ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ ।
