ଚାକିରୀ ର ପ୍ରଲୋଭନ ଦେଖାଇ ବାହାର ରାଜ୍ୟ ରେ ଯୁବତୀ ଙ୍କୁ ନିର୍ଯ୍ୟାତନ ଦୁଇ ଗିରଫ।
ଗଜପତି,୧.୭(ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ଅଡବା ପୋଲିସ କୁ ବଡ଼ ସଫଳତା,ଯୁବତୀ ଚୋରା ଚାଲାଣର ପର୍ଦ୍ଦାଫାଶ କରିଛି ଅଡବା ପୋଲିସ । ଚାକିରିର ପ୍ରଲୋଭନ ଦେଇ ଯୁବତୀମାନଙ୍କୁ ହାଇଦ୍ରାବାଦକୁ ନେଇ ବିକ୍ରି କରାଯାଉଥିବା ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଡବା ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ରେ ଜାଣିବାକୁ ପାଇଥିଲା ରାୟଗଡ଼ା ଜିଲ୍ଲାର ଇଶ୍ୱର କୁସୁଲିଆ ନାମକ ଯୁବକ ଚାକିରି ଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୁବତୀ ମାନଙ୍କୁ ଓଡ଼ିଶା ରୁ ନେଇ ହାଇଦ୍ରାବାଦକୁ ପଠାଉଥିଲେ। ସେଠାରେ ଯୁବତୀ ମାନଙ୍କୁ ନେଇ ଜଣେ ମହିଳାଙ୍କ ନିକଟରେ ବିକ୍ରି କରାଯାଇ ଅଟକ ରଖାଯିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଅନୈତିକ କାର୍ଯ୍ୟରେ ବାଧ୍ୟ କରାଯାଉଥିବା ଅଭିଯୋଗ ଆସିଥିଲା । ପରେ ଅଡବା ପୋଲିସ ର ଛ ଜଣିଆ ଟିମ ଗଠନ କରି ହାଇଦ୍ରାବାଦ ପୁଲିସର ସହଯୋଗରେ ଚଢ଼ାଉ କରି ୭ ଜଣ ଯୁବତୀ ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଉଦ୍ଧାର ହୋଈଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ନାବାଳିକା ଏବଂ ଜଣେ ସାବାଳିକା ରହିଛନ୍ତି। ଏହି ଘଟଣାରେ ଇଶ୍ୱର କୁସୁଲିଆ ଓ ହାଇଦ୍ରାବାଦ ର ସରିତା ଜୈନ୍ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆର ଉଦୟଗିରି ଏସ୍ଡ଼ିପିଓ ଏକ ପ୍ରେସ ମିଟ ରେ ସୂଚନା ଦେଇଛନ୍ତି ।
