କେ ଏମ୍ ଭାଲିଆସାହିରେ ବ୍ଲକ୍ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ –

କେ ଏମ୍ ଭାଲିଆସାହିରେ ବ୍ଲକ୍ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

କେ ଏମ୍ ଭାଲିଆସାହିରେ ବ୍ଲକ୍ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ -+-+-+-+-+-+-

ଆର, ଉଦୟଗିରି,୨୭୧୧(ମନୋଜ କୁମାର ପାଢୀଙ୍କ ରିପୋର୍ଟ)-:ଗଜପତି ଜିଲ୍ଲାର ରା ଉଦୟଗିରି ବ୍ଲକ ଅନ୍ତର୍ଗତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହିରେ ବ୍ଲକ୍ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ଡ.ମାୟାଧର ସାହୁଙ୍କ ଅନୁମୋଦନ ଏବଂ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବୀରେନ୍ଦ୍ର ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଶ୍ରୀନିବାସ ବେହର୍ଦଳାଇ, ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲୋକନାଥ ନାହାକ, ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଆଶିଷ କୁମାର ରାଇକା, ରା.ଉଦୟଗିରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଗୋତିଲକ୍ଷ୍ମୀ,ରାମଚନ୍ଦ୍ର ଦଳବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ବିଚାରକ ଭାବେ ଶ୍ରୀଯୁକ୍ତ ପ୍ରମୋଦ କୁମାର ଭୋଇ ଏବଂ ଶ୍ରୀଯୁକ୍ତ ସୂରଜ କୁମାର ନାୟକ ଫଳାଫଳ ନିର୍ଣ୍ଣୟ କରିଥିବା ବେଳେ ମଣ୍ଡଳ ସଂଯୋଜକ ଭାଗିରଥୀ ପରିଡ଼ା ଏବଂ ମୁକ୍ତିକାନ୍ତ ମଲ୍ଲିକ୍ ସହଯୋଗ କରିଥିଲେ।ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଲୁଚି ରହିଥିବା ବୈଜ୍ଞାନିକ ମନୋଭାବର ପରିପ୍ରକାଶ ଏବଂ ଏହାର ବିକାଶ କରିବା ପାଇଁ ଅନୁଷ୍ଠିତ ହୋଇଥିବା ବିଜ୍ଞାନ ମେଳାରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୧୦୫ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।

ଏଥି ମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶିତ ହୋଇଥିବା ସାତ ଗୋଟି ପ୍ରକଳ୍ପ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲା। କେ ଏମ୍ ଭାଲିଆ ସାହି ଉଚ୍ଚ ବିଦ୍ୟାଳୟରୁ ଦଶମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଲକ୍ଷ୍ମୀନାରାୟଣୀ ପାଇକ ଜିଲ୍ଲା ସ୍ତରକୁ ମନୋନୀତ ହୋଇ ବିଦ୍ୟାଳୟର ଗୌରବକୁ ବଢ଼ାଇ ଅଛନ୍ତି। ଏହି ପ୍ରକଳ୍ପର ମାର୍ଗ ଦର୍ଶିକା ଭାବେ ସହଯୋଗ କରିଥିବା ରାଉତ ସନ୍ଧ୍ୟାରାଣୀଙ୍କୁ ବିଦ୍ୟାଳୟ ତରଫରୁ ମଧ୍ୟ ପ୍ରଶଂସା କରାଯାଇଛି। ଉକ୍ତ କାର୍ଯୟକ୍ରମରେ ଯୁଧିଷ୍ଠିର ପାଇକ ଏବଂ ପ୍ରହ୍ଲାଦ ଶିଅଳ ମଞ୍ଚ ପରିଚାଳନା କରିଥିବା ବେଳେ ଜୁନିଅର ରେଡ଼କ୍ରସର ଛାତ୍ର ଛାତ୍ରୀ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ।