୪୭ ଲକ୍ଷ ଟଙ୍କା ହେରଫେର ମାମଲା: ଶେଷରେ ଗିରଫ ହେଲେ ମହିଳା ସରପଞ୍ଚ, ପୁରୁଷ ବନ୍ଧୁ ମଧ୍ୟ ଗିରଫ

୪୭ ଲକ୍ଷ ଟଙ୍କା ହେରଫେର ମାମଲା: ଶେଷରେ ଗିରଫ ହେଲେ ମହିଳା ସରପଞ୍ଚ, ପୁରୁଷ ବନ୍ଧୁ ମଧ୍ୟ ଗିରଫ

୪୭ ଲକ୍ଷ ଟଙ୍କା ହେରଫେର ମାମଲା: ଶେଷରେ ଗିରଫ ହେଲେ ମହିଳା ସରପଞ୍ଚ, ପୁରୁଷ ବନ୍ଧୁ ମଧ୍ୟ ଗିରଫ

କୁଜଙ୍ଗ | ଜଗତସିଂହପୁରପଞ୍ଚାୟତ ଉନ୍ନୟନ ପାଇଁ ଆସିଥିବା ସରକାରୀ ଅର୍ଥ ହେରଫେର ଅଭିଯୋଗରେ ପୁଲିସକୁ ମିଳିଛି ବଡ଼ ସଫଳତା। ଦୀର୍ଘଦିନ ଧରି ଫେରାର ଥିବା କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତର ମହିଳା ସରପଞ୍ଚ ସରୋଜିନୀ ନାୟକଙ୍କୁ ଭୁବନେଶ୍ୱରରୁ ପୁଲିସ ଗିରଫ କରିଛି। ତାଙ୍କ ସହ ଥିବା ରଞ୍ଜନ କୁମାର ଓଝାଙ୍କୁ ମଧ୍ୟ ଗିରଫ କରାଯାଇଛି।ସୂଚନା ଅନୁଯାୟୀ, ବାଲିଆ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ପାଇଁ ଆସିଥିବା ୪୬ ଲକ୍ଷ ୮୬ ହଜାର ୨୦୨ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିରୋଧରେ ମାର୍ଚ୍ଚ ୮ ତାରିଖରେ କୁଜଙ୍ଗ ଥାନାରେ ଏତଲା ଦିଆଯାଇଥିଲା। ମାର୍ଚ୍ଚ ୧୦ ତାରିଖରେ ପୁଲିସ କେସ୍ ନମ୍ବର ୧୦୧/୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।ବିଭାଗୀୟ ତଦନ୍ତ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରଘୁନାଥ ଚମ୍ପିଆଙ୍କୁ ନିଲମ୍ବନ କରାଯାଇଥିଲା।

ଗତ ଅକ୍ଟୋବର ୨୭ ତାରିଖରେ ପୁଲିସ ତାଙ୍କୁ ଗିରଫ କରିଥିଲା।ଅନ୍ୟପଟେ ଫେରାର ଥିବା ସରପଞ୍ଚଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଥିଲା। ଶେଷରେ ଭୁବନେଶ୍ୱରରୁ ଉଭୟଙ୍କୁ ଗିରଫ କରି କୁଜଙ୍ଗ ପୁଲିସ କୋର୍ଟରେ ହାଜର କରିଥିଲା। ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ସରକାରୀ ଅର୍ଥର ସ୍ୱଚ୍ଛତା ଓ ଜବାବଦେହିତାକୁ ନେଇ ଏହି ଘଟଣା ପୁଣିଥରେ ପଞ୍ଚାୟତ ସ୍ତରରେ ଚର୍ଚ୍ଚା ସୃଷ୍ଟି କରିଛି।#Kujang #Jagatsinghpur #BaliaPanchayat #OdishaNews #InformationMedia