ଡିସେମ୍ବର ୪ ଓ ୫ ରେ ଅନୁଷ୍ଠିତ ହେବ ଦୁଇଦିନିଆ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସର୍ଗିଫୁଲ

ଡିସେମ୍ବର ୪ ଓ ୫ ରେ ଅନୁଷ୍ଠିତ ହେବ ଦୁଇଦିନିଆ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସର୍ଗିଫୁଲ

*ଡିସେମ୍ବର ୪ ଓ ୫ ରେ ଅନୁଷ୍ଠିତ ହେବ ଦୁଇଦିନିଆ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସର୍ଗିଫୁଲ’* ।

ଗଜପତି, ୨୦.୧୧ ( ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ, ବିକାଶ ଓ ପ୍ରୋତ୍ସାହନ ନିମନ୍ତେ ପ୍ରତିବର୍ଷ ଶିଶୁ ମହୋତ୍ସବ ‘ସର୍ଗିଫୁଲ’ ଆୟୋଜନ କରାଯାଇଆସୁଛି।ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଗଜପତି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସର୍ଗିଫୁଲ-୨୦୨୬’ ଆସନ୍ତା ଡିସେମ୍ବର ୪ ଓ ୫ ତାରିଖ ଦୁଇଦିନ ଧରି ଆୟୋଜିତ ହେବ। ପାରଳାଖେମୁଣ୍ଡି ନିକଟସ୍ଥ ବେତାଗୁଡ଼ା ସଂଖ୍ୟାଲଘୁ ଛାତ୍ରାବାସ ପରିସରରେ ଏହି ମହୋତ୍ସବ ଅନୁଷ୍ଠିତ ହେବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି।ଏହି ମହୋତ୍ସବ ମାଧ୍ୟମରେ ଆଦିବାସୀ ଓ ଅନ୍ୟାନ୍ୟ ବର୍ଗର ଛାତ୍ରଛାତ୍ରୀମାନେ ନିଜର କଳା, ସାହିତ୍ୟ, ସଂସ୍କୃତି ଓ ସୃଜନଶୀଳ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ।

ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ସହ ପ୍ରତିଭା ବିକାଶରେ ସହାୟକ ହେବ ବୋଲି ଆଶା କରାଯାଉଛି।ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଗଜପତିଙ୍କ କଲ୍ୟାଣ ବିଭାଗ ପତ୍ର ସଂଖ୍ୟା ୩୭୫୮, ତାରିଖ ୧୯.୧୧.୨୦୨୬ ଅନୁଯାୟୀ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି।ସର୍ଗିଫୁଲ ମହୋତ୍ସବ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କୁ ଏକ ଉତ୍ତମ ମଞ୍ଚ ପ୍ରଦାନ କରିବ।