ଗଞ୍ଜାମ ଜିଲ୍ଲା ବୁଗୁଡ଼ା ପଞ୍ଚାୟତ ସମିତିର ନବମ ସାଧାରଣ ବୈଠକ,ସମୟ ସୀମା ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ,ପିଇବା ପାଣି ପାଇଁ ଅସନ୍ତୋଷ ଝାଡିଲେ ପଂଚାୟତ ପ୍ରତିନିଧି

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ପଞ୍ଚାୟତ ସମିତିର ନବମ ସାଧାରଣ ବୈଠକ, ସମୟ ସୀମା ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ପିଇବା ପାଣି ପାଇଁ ଅସନ୍ତୋଷ ଝାଡିଲେ ପଂଚାୟତ ପ୍ରତିନିଧି

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ପଞ୍ଚାୟତ ସମିତିର ନବମ ସାଧାରଣ ବୈଠକ,
ସମୟ ସୀମା ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ,
ପିଇବା ପାଣି ପାଇଁ ଅସନ୍ତୋଷ ଝାଡିଲେ ପଂଚାୟତ ପ୍ରତିନିଧି

ବୁଗୁଡ଼ା ୧୭/୦୭/୨୬ ବୁଗୁଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ବୁଧବାର ନବମ ସାଧାରଣ ବୈଠକ ବ୍ଳକ ଅଧ୍ୟକ୍ଷା କେ ପ୍ରିୟଦର୍ଶିନୀ ଆଚାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଞ୍ଚଳର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଓ ଯୋଜନାର ସମୀକ୍ଷା କରିଥିଲେ। ବୁଗୁଡା ବ୍ଲକ ଅଧୀନ ସମସ୍ତ ପଞ୍ଚାୟତ ର ସର୍ବାଙ୍ଗୀନ ବିକାଶ, ଗ୍ରାମୀଣ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ ସରକାରୀ ଯୋଜନା ଗୁଡ଼ିକୁ ସମାଜର ଅନ୍ତିମ ପର୍ଯ୍ୟାୟରେ ରହୁଥିବା ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଆମ ସରକାରଙ୍କ ମୂଳ ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ମଳିକ କହିଥିଲେ । ଏହି ଅବସରରେ ସ୍ଥାନୀୟ ଜନପ୍ରତିନିଧି, ବ୍ଲକ ପ୍ରଶାସନ ଓ ବିଭିନ୍ନ ବିଭାଗର ସରକାରୀ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରି କାର୍ଯ୍ୟଗୁଡ଼ିକୁ ଅଧିକ ତ୍ୱରାନ୍ୱିତ କରିବା ସହ ତୁରନ୍ତ ଅଧୁରା କାର୍ଯ୍ୟ କୁ ପୁରା କରିବା ପାଇଁ ବିଭଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୁଗୁଡା ବ୍ଲକ ଅଧୀନ ଅଧିକାଂଶ ପଞ୍ଚାୟତ ରେ ପିଇବା ପାଣିର ଅସୁବିଧା ଲାଗିରହିଥିବା ବେଳେ ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ଯ ବିଭାଗୀୟ ଅଧିକାରୀଙ୍କ ଅପାରଗତା ଓ ଦ୍ଵାୟିତ୍ୱହୀନତା ପାଇଁ ସାଧାରଣ ଜନତା ଅସୁବିଧା ର ସମ୍ମୁଖୀନ ହେଉଥିବା ପଞ୍ଚାୟତ ସରପଞ୍ଚ ଓ ସମିତି ମେମ୍ବର ଅସନ୍ତୋଷ ଝାଡ଼ିଥିଲେ। ଏପରିକି ପଞ୍ଚାୟତ ପ୍ରତିନିଧି ଙ୍କୁ କୌଣସି ସରକାରୀ ଯୋଜନା ସମ୍ପର୍କରେ ବ୍ଲକ ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ କରିଥିଲେ। ଯାହାକୁ ନେଇ ବ୍ଲକ ଅଧକ୍ଷା କେ ପ୍ରିୟଦର୍ଶିନୀ ଆଚାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଆଗାମୀ ଯୋଜନା ସମ୍ପର୍କରେ ଅବଗତ କରାଇବା ପାଇଁ ଅନୁରୋଧ କରିଥିଲେ। ସେହିପରି ଗ୍ରାମ୍ୟ ଜଳଯୋଗଣ ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରେ ସୋଲାର ପାନେଲ ମାଧ୍ୟମରେ ଜଳଯୋଗଣ ପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ଯ ତାହା କାମରେ ଆସୁନଥିବା ଜାଣି ମନ୍ତ୍ରୀ ଶ୍ରୀ ମଳିକ ବିରକ୍ତ ପ୍ରକାଶ କରିବା ସହ ତୁରନ୍ତ ତାହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସମସ୍ତ ବିଭାଗ କୁ ଆଗାମୀ ଏକମାସ ମଧ୍ୟରେ ପୁନର୍ବାର ରିଭିୟୁ କରାଯାଇ ଅଞ୍ଚଳର ବିକାଶ ଦିଗରେ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ଉକ୍ତ ବୈଠକ କାର୍ଯ୍ୟକ୍ରମ ରେ ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ,ବିଡ଼ିଓ ଦ୍ବିତୀକୃଷ୍ଣ ପାତ୍ର,ଏବିଡିଓ ଧର୍ମରାଜ ପରିଡ଼ା, ଜିଲ୍ଲା ପରିଷଦ ମେମ୍ବର ଗଙ୍ଗାପାଣି ଜେନା ଓ ଚାନ୍ଦିନୀ ନାୟକ, ସାଂସଦ ପ୍ରତିନିଧି ଉତ୍ତମ ଦାସ,ଥାନାଧିକାରୀ ହିମାଂଶୁ ଶେଖର ମାନ୍ଧାତା ମଞ୍ଚାସିନ ହୋଇଥିଲେ।୨୧ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ସମେତ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲା ରିପୋର୍ଟ ଗଣେଶ ପାଣିଗ୍ରାହୀ ରିପୋର୍ଟ