ସାଧାରଣଙ୍କ ଦୃଢ ପ୍ରତିବାଦ ପରେ ଗଜପତି ଏକ୍ସପ୍ରେସ ବସ ପଲାସା ରାସ୍ତା ଦେଇ ପୁଣି ଚାଲିବ ।

ସାଧାରଣଙ୍କ ଦୃଢ ପ୍ରତିବାଦ ପରେ ଗଜପତି ଏକ୍ସପ୍ରେସ ବସ ପଲାସା ରାସ୍ତା ଦେଇ ପୁଣି ଚାଲିବ ।

ସାଧାରଣଙ୍କ ଦୃଢ ପ୍ରତିବାଦ ପରେ ଗଜପତି ଏକ୍ସପ୍ରେସ ବସ ପଲାସା ରାସ୍ତା ଦେଇ ପୁଣି ଚାଲିବ ।

ଗଜପତି, 24/5(ମନୋଜ କୁମାର ପାଢୀ):ପାରଳାଖେମୁଣ୍ଡି ସହରର କିଛି ଜଣ ସଚେତନ ନାଗରିକଙ୍କ ଦୃଢ ପ୍ରତିବାଦ ଓ ଦାବି ପରେ ପରିବହନ ବିଭାଗ ମୁଣ୍ଡ ନୁଆଁଇଲେ । ସାଧାରଣଙ୍କ ଦାବି ଅନୁଯାୟୀ ଗଜପତି ଏକ୍ସପ୍ରେସ ବସ ପୂର୍ବଭଳି ମଙ୍ଗଳଵାର ଠାରୁ ପଲାସା ରାସ୍ତା ଦେଇ ଚାଲୁ ରହିବ ବୋଲି ପ୍ରତିଶୃତି ଦେଲେ ।ଏଠାରେ ଉଲ୍ଲେଖଯୋଗ୍ୟଯେ, ବିଗତ 40 ବର୍ଷରୁ ଉର୍ଦ୍ଧ ହେଲା ପାରଳାଖେମୁଣ୍ଡି ଠାରୁ ଆନ୍ଧ୍ରର ପଲାସା ଦେଇ ଭୁବନେଶ୍ୱରକୁ ଗଜପତି ଏକ୍ସପ୍ରେସ ପ୍ରତେକ ଦିନ ଚଳାଚଳ କରିଥିଲା । ହେଲେ ଗତ କିଛି ଦିନ ହେଲା ଏହି ବସ ରୁଟକୁ ହଠାତ ପରିବର୍ତ୍ତନ କରି ରାମଗିରି, ଚନ୍ଦ୍ରଗିରି ଏବଂ ତପ୍ତପାଣି ଦେଇ ଭୁବନେଶ୍ୱରକୁ ଚଳାଚଳ ଆରମ୍ଭ କରିଥିଲା । ଗତ 40 ବର୍ଷ ଧରି ଆନ୍ଧ୍ର ଦେଇ ଚଳାଚଳ କରୁଥିବା ଏହି ବସଟିର ରୁଟକୁ ଏଭଳି ପରିବର୍ତ୍ତନ କାହିଁକି କରାଗଲା ତାହା ମଧ୍ୟ ଗଜପତି ଜିଲ୍ଲାବାସୀଙ୍କୁ କୌଣସି ସୂଚନା ଦିଆଗଲା ନାହିଁ । ଏଭଳି ଅଚାନକ ରୁଟ ପରିବର୍ତ୍ତନ କରିବା ଦ୍ୱାରା ଯାତ୍ରୀମାନଙ୍କୁ 100 ଟଙ୍କାରୁ ଉର୍ଦ୍ଧ ଭଡା ଅଧିକ ଦେବାକୁ ପଡିବା ସହ ଘାଟି ରାସ୍ତାରେ 60 କିମିରୁ ଉର୍ଦ୍ଧ ରାସ୍ତା ଅତିକ୍ରମ କରିବା ନେଇ ଵସର ଯାତ୍ରା ପୂର୍ବ ସମୟ ଠାରୁ 2 ରୁ 3 ଘଣ୍ଟା ବିଳମ୍ବ ହେବା ଆଦି ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଲା । ଏହାପରେ ଗତକାଲି କିଛି ଜଣ ସଚେତନ ନାଗରିକ ପାରଳାଖେମୁଣ୍ଡି ବସଷ୍ଟାଣ୍ଡ ଠାରେ ଗଜପତି ଏକ୍ସପ୍ରେସ ବସ ଛାଡିବା ସମୟରେ ଉପସ୍ଥିତ ରହି ଏହାର ଦୃଢ ପ୍ରତିବାଦ କରିବା ସହ ବିଗତ ଦୀର୍ଘ 40 ବର୍ଷ ଧରି ଏପରି ଭାବେ ଗଜପତି ଏକ୍ସପ୍ରେସ ଆନ୍ଧ୍ରର ପଲାସା ଦେଇ ଚଳାଚଳ ଜିଦରେ ଦାବି କରିବା ଯୋଗୁଁ ପରିବହନ ବିଭାଗ ମୁଣ୍ଡ ନୂଆଁଇ ଥିଲେ । ଆନ୍ଧ୍ର ଦେଇ ଗଜପତି ଏକ୍ସପ୍ରେସ ଚଳାଚଳ କରୁଥିବା ଆନ୍ଧ୍ର ରୁଟ ପରିମିଟ ଶେଷ ହେବା ସହ ପୁଣି ନବୀକରଣ ହୋଇପାରି ନ ଥିବା ଯୋଗୁଁ ବସର ରୁଟକୁ ଏଭଳି ଭାବେ ପରିବର୍ତ୍ତନ କରାଯାଇଥିବା ଜଣେ ପରିବହନ କର୍ମଚାରୀ ପ୍ରକାଶ କରି କହିବା ସହ ଆଗାମୀ ମଙ୍ଗଳବାର ସୁଦ୍ଧା ଗଜପତି ଏକ୍ସପ୍ରେସ ବସ ପୁଣି ଆନ୍ଧ୍ରର ପଲାସା ଦେଇ ଚାଲୁ ହେବ ବୋଲି କହିଥିଲେ ।