ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏସି ଅଚଳ, ଅସହ୍ୟ ଗରମରେ କଲବଲ ରୋଗି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏସି ଅଚଳ, ଅସହ୍ୟ ଗରମରେ କଲବଲ ରୋଗି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏସି ଅଚଳ, ଅସହ୍ୟ ଗରମରେ କଲବଲ ରୋଗି ।

ଗଜପତି ( ମନୋଜ ପାଢ଼ୀ)-:ଶିଶୁ ବିଭାଗ ଓ ଆଇସିୟୁରେ ଏସି ଅଚଳ ଥିବା ଦେଖି ବିରକ୍ତି ପ୍ରକାଶ କରିବା ସହ, ସଦ୍ୟଜାତ ଶିଶୁଙ୍କୁ ନିମନ୍ତେ ତୁରନ୍ତ ଶୀତତାପ ନିୟନ୍ତ୍ରିଣ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ ।ଗଜପତି ଜିଲ୍ଲା ସଦରମହକୁ‎ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚଳ ଏସି, ଅସହ୍ୟ ଗରମରେ କଲବଲ ରୋଗି – ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗରମରେ ହନ୍ତସନ୍ତ ରୋଗୀ। ହସ୍ପିଟାଲର ବିଭିନ୍ନ ଓ୍ବାର୍ଡରେ ଲାଗିଥିବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି) ଦୀର୍ଘଦିନ ଧରି ଅଚଳ ଅବସ୍ଥାରେ ପଡି ରହିଥିବାରୁ ରୋଗୀ ଓ ରୋଗୀ ସମ୍ପର୍କୀୟ ଭୟଙ୍କର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନର ପ୍ରଚଣ୍ଡ ତାତି ମଧ୍ୟରେ ହସ୍ପିଟାଲର ବିଭିନ୍ନ ୱାର୍ଡ, ଶିଶୁ ଓ ପ୍ରସୂତୀ ବିଭାଗ ଏବଂ ଆଇସିୟୁରେ ଲାଗିଥିବା ଏସି କାମ କରୁନଥିବାରୁ ରୋଗୀଙ୍କ ଯନ୍ତ୍ରଣା ଦ୍ବିଗୁଣିତ ହେଉଥିବା ଅଭିଯୋଗ ହେଉଛି। ଏପରି ସ୍ଥିତି ନେଇ ସ୍ଥାନୀୟ ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ହସ୍ପିଟାଲ ପରିଦର୍ଶନ କରି ବିଭିନ୍ନ ବିଭାଗର ଅବ୍ୟବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷ କରି ଶିଶୁ ବିଭାଗ ଓ ଆଇସିୟୁରେ ଏସି ଅଚଳ ଥିବା ଦେଖି ସେ ବିରକ୍ତି ପ୍ରକାଶ କରିବା ସହ, ସଦ୍ୟଜାତ ଶିଶୁଙ୍କୁ ନିମନ୍ତେ ତୁରନ୍ତ ଶୀତତାପ ନିୟନ୍ତ୍ରିଣ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରି ସମସ୍ତ କକ୍ଷରେ ଥିବା ସମସ୍ୟାର ସମାଧାନମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।‎ସୂଚନା ଅନୁସାରେ, ହସ୍ପିଟାଲରେ ଭର୍ତ୍ତି ଥିବା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ବିଭିନ୍ନ କକ୍ଷରେ ଲାଗିଥିବା ଏସି ଦୀର୍ଘ ସମୟ ଦିନ ଧରି ଅଚଳ ରହିଥିଲେ ମଧ୍ୟ ତାହାର ମରାମତି କିମ୍ବା ରକ୍ଷଣାବେକ୍ଷଣ ହେଉନାହିଁ। ଫଳରେ ଅସହ୍ୟ ଗରମରେ ରୋଗୀମାନେ କଲବଲ ହେଉଥିବା ବେଳେ ପରିଜନମାନେ ମଧ୍ୟ ଚିନ୍ତାରେ ପଡିଛନ୍ତି। ବିଶେଷ କରି ଆଇସିୟୁ ଭଳି ସଂବେଦନଶୀଳ ବିଭାଗରେ ମଧ୍ୟ ଏସି ଅଚଳ ଥିବା ଘଟଣା ସ୍ୱାସ୍ଥ୍ୟ ସେବାର ଅବ୍ୟବସ୍ଥାକୁ ପଦାରେ ପକାଇଛି।‎ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଚାରିବାରେ ସେମାନେ ଏସିର ରକ୍ଷଣାବେକ୍ଷଣ ପୂର୍ତ୍ତ ବିଭାଗର ଜିଡି ଶାଖା ଅଧୀନରେ ଥିବା କହି ଦାୟିତ୍ୱ ଏଡାଇ ଯାଉଥିବା ଅଭିଯୋଗ ହେଉଛି। ଅନ୍ୟପଟେ, ରୋଗୀଙ୍କ ପରିଜନମାନେ ସମସ୍ୟା ନେଇ ଜିଡି ବିଭାଗ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ସଠିକ୍ ପ୍ରତିକ୍ରିୟା ମିଳୁନଥିବା କୁହାଯାଉଛି। ଗ୍ରୀଷ୍ମ ଋତୁ ପୂର୍ବରୁ ହୋଇଥିବା ପ୍ରସ୍ତୁତି ବୈଠକ ଓ ପ୍ରାକୃତିକ ବିପର୍ଯ୍ୟୟ ସମୀକ୍ଷା ବୈଠକରେ ହସ୍ପିଟାଲର ସମସ୍ତ ଏସିକୁ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ଦେଇନଥିବା ଆଲୋଚନା ହେଉଛି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗରମରେ ହନ୍ତସନ୍ତ ରୋଗୀ। ହସ୍ପିଟାଲର ବିଭିନ୍ନ ଓ୍ବାର୍ଡରେ ଲାଗିଥିବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି) ଦୀର୍ଘଦିନ ଧରି ଅଚଳ ଅବସ୍ଥାରେ ପଡି ରହିଥିବାରୁ ରୋଗୀ ଓ ରୋଗୀ ସମ୍ପର୍କୀୟ ଭୟଙ୍କର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନର ପ୍ରଚଣ୍ଡ ତାତି ମଧ୍ୟରେ ହସ୍ପିଟାଲର ବିଭିନ୍ନ ୱାର୍ଡ, ଶିଶୁ ଓ ପ୍ରସୂତୀ ବିଭାଗ ଏବଂ ଆଇସିୟୁରେ ଲାଗିଥିବା ଏସି କାମ କରୁନଥିବାରୁ ରୋଗୀଙ୍କ ଯନ୍ତ୍ରଣା ଦ୍ବିଗୁଣିତ ହେଉଥିବା ଅଭିଯୋଗ ହେଉଛି। ଏପରି ସ୍ଥିତି ନେଇ ସ୍ଥାନୀୟ ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ହସ୍ପିଟାଲ ପରିଦର୍ଶନ କରି ବିଭିନ୍ନ ବିଭାଗର ଅବ୍ୟବସ୍ଥା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ। ବିଶେଷ କରି ଶିଶୁ ବିଭାଗ ଓ ଆଇସିୟୁରେ ଏସି ଅଚଳ ଥିବା ଦେଖି ସେ ବିରକ୍ତି ପ୍ରକାଶ କରିବା ସହ, ସଦ୍ୟଜାତ ଶିଶୁଙ୍କୁ ନିମନ୍ତେ ତୁରନ୍ତ ଶୀତତାପ ନିୟନ୍ତ୍ରିଣ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରି ସମସ୍ତ କକ୍ଷରେ ଥିବା ସମସ୍ୟାର ସମାଧାନମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।‎ସୂଚନା ଅନୁସାରେ, ହସ୍ପିଟାଲରେ ଭର୍ତ୍ତି ଥିବା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ବିଭିନ୍ନ କକ୍ଷରେ ଲାଗିଥିବା ଏସି ଦୀର୍ଘ ସମୟ ଦିନ ଧରି ଅଚଳ ରହିଥିଲେ ମଧ୍ୟ ତାହାର ମରାମତି କିମ୍ବା ରକ୍ଷଣାବେକ୍ଷଣ ହେଉନାହିଁ। ଫଳରେ ଅସହ୍ୟ ଗରମରେ ରୋଗୀମାନେ କଲବଲ ହେଉଥିବା ବେଳେ ପରିଜନମାନେ ମଧ୍ୟ ଚିନ୍ତାରେ ପଡିଛନ୍ତି। ବିଶେଷ କରି ଆଇସିୟୁ ଭଳି ସଂବେଦନଶୀଳ ବିଭାଗରେ ମଧ୍ୟ ଏସି ଅଚଳ ଥିବା ଘଟଣା ସ୍ୱାସ୍ଥ୍ୟ ସେବାର ଅବ୍ୟବସ୍ଥାକୁ ପଦାରେ ପକାଇଛି।‎ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଚାରିବାରେ ସେମାନେ ଏସିର ରକ୍ଷଣାବେକ୍ଷଣ ପୂର୍ତ୍ତ ବିଭାଗର ଜିଡି ଶାଖା ଅଧୀନରେ ଥିବା କହି ଦାୟିତ୍ୱ ଏଡାଇ ଯାଉଥିବା ଅଭିଯୋଗ ହେଉଛି। ଅନ୍ୟପଟେ, ରୋଗୀଙ୍କ ପରିଜନମାନେ ସମସ୍ୟା ନେଇ ଜିଡି ବିଭାଗ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ସଠିକ୍ ପ୍ରତିକ୍ରିୟା ମିଳୁନଥିବା କୁହାଯାଉଛି। ଗ୍ରୀଷ୍ମ ଋତୁ ପୂର୍ବରୁ ହୋଇଥିବା ପ୍ରସ୍ତୁତି ବୈଠକ ଓ ପ୍ରାକୃତିକ ବିପର୍ଯ୍ୟୟ ସମୀକ୍ଷା ବୈଠକରେ ହସ୍ପିଟାଲର ସମସ୍ତ ଏସିକୁ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ଦେଇନଥିବା ଆଲୋଚନା ହେଉଛି।