ସଂକୁଳ ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ସଂକୁଳ ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ସଂକୁଳ ସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଭେଡେନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଭେଡେନ ସଂକୁଳ ଅନ୍ତର୍ଗତ ସମସ୍ତ ପ୍ରଧାନ ଆଚାର୍ଯ୍ୟ ମାନଙ୍କର ଏକ ବୈଠକ ବିଭାଗ ପ୍ରମୁଖ ଶ୍ରୀମାନ୍ ଦୀନବନ୍ଧୁ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ସଂକୁଳ ପ୍ରମୁଖ ଡ.ବିବେକାନନ୍ଦ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଏ ଅବସରରେ ସର୍ବପ୍ରଥମ ବନ୍ଦନା କରିବା ପରେ ପରେ ସମସ୍ତେ ନିଜ ନିଜର ପରିଚୟ ପ୍ରଦାନ କରିଥିଲେ।ଉକ୍ତ ବୈଠକରେ ସଂକୁଳ ବାର୍ଷିକ ଯୋଜନା ପ୍ରସ୍ତୁତି, ସଂକୁଳର ସାଙ୍ଗଠନିକ ଶିକ୍ଷା,ସେବାବ୍ରତୀ ଆନୁତୋଷିକ ଟ୍ରଷ୍ଟ ଫଣ୍ଡ, ଇ.ପି.ଏଫ୍,ପରିବାର ସଂପର୍କ ବିଷୟରେ ଆଲୋଚନା କରାଯାଇଥିଲା।ଉକ୍ତ ବୈଠକରେ ସଂକୁଳ ସଂଯୋଜକ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ବାରିକ,ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଭୋଜରାଜ ଦୁଆନ୍,ଶ୍ରୀଯୁକ୍ତ ଶିବାନନ୍ଦଦାଶ,ଶ୍ରୀଯୁକ୍ତ ଅଶୋକ କୁମାର ଧର,ଶ୍ରୀଯୁକ୍ତ ନରେନ୍ଦ୍ର ରଣା ଓ ଶ୍ରୀମାନ୍ ରିଙ୍କୁ କୁମାର ଦାଶ ଅଂଶ ଗ୍ରହଣ କରିଥିଲେ।ପରିଶେଷରେ ଶ୍ରୀଯୁକ୍ତ ଭୋଜରାଜ ଦୁଆନ୍ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ସେବକ ଓ ସେବିକା ମାନେ ସାହାଯ୍ୟ ଓ ସହଯୋଗ କରିଥିଲେ।