ଗଛ୍ଟେ: ଭବିଷ୍ୟତ୍କେ ସଜ୍ଟେବୃକ୍ଷରୋପଣ ପାଇଁ ଅଭିନବ ପ୍ରୟାସ
ବରଗଡ-(ଭବାନୀ ଶଙ୍କର ପାଢ଼ୀ) ପରିବେଶ ଚେତନାକୁ ଜାଗ୍ରତ କରିବା ପାଇଁଁ ‘ଗଛ୍ଟେ-ଭବିଷ୍ଯତ୍କେ ସଜ୍ଟେ’ବାର୍ତ୍ତା ଦେବାକୁ ଜିଲ୍ଲାରେ ଥିବା ୧୭୧୨ଟି ସ୍କୁଲ ଓ ୮୪ଟି କଲେଜ୍ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେବା ଭଲି ଏକ ଅଭିନବ ପଦକ୍ଷେପର ଶୁଭ ଅନୁକୂଳ ବରଗଡ଼ର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଜର୍ଜ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ମାଁ ସେବା ସଂସ୍ଥା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ ଭୋଇ ଓ ବରଗଡ଼ ଧନୁଯାତ୍ରା ମସୋତ୍ସବ ସମିତିର ସଂପାଦକ ସୁରେଶ୍ଵର ସତପଥୀ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ।ଏହି ଅବସରରେ ଅତିଥିଗଣ ସାଂପ୍ରତିକ ସମୟରେ ଦେଖା ଦେଉଥିବା ପ୍ରଚଣ୍ଡ ରୌଦ୍ରତାପ ଓ ପରିବେଶ ପ୍ରଦୂଷଣ ଜନିତ ଦୁଃସ୍ଥିତି ସହିତ ଉତ୍କଟ ବାୟୁ ଜଳାଭାବ ହେତୁ ସୃଷ୍ଟି ହେଉଥିବା ସଂକଟରୁ ଏକ ମାତ୍ର ମୁକ୍ତିର ମାର୍ଗ ଭାବେ ବୃକ୍ଷରୋପଣ ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ବିଶିଷ୍ଟ ଭାଷାବିତ ଆଲୋଚକ ସଂଗଠକ ଉତ୍ପନ୍ନ କୁମାର ଭୋଇ, ପ୍ରଧାନ ଶିକ୍ଷୟିତ୍ରୀ ଶାଶ୍ଵତି ଦାଶ,ସୁରେଶ ଦାଶ,ଦାମ୍ବୋଦର ସାହୁ,ଦିବ୍ଯକାନ୍ତି ଭୋଇ,କନକ ପଧାନ,ଡୋଲାମଣି ସତପଥୀ, ନରେନ୍ଦ୍ର ମହାନ୍ତି,ପ୍ରଦୀପ ସାହୁ, ପଞ୍ଚାନନ ବାରିକ, ତେଜରୁ ବାରିକ,ଲଲିତ ସାହୁ, ମାମରାଜ ସ୍ବାଇଁ, ଅହଲ୍ୟା ପଧାନ, ସଦାନନ୍ଦ ଜାଲ,ମନୋଜ ବାଗ ପ୍ରମୁଖ ସାହିତ୍ୟିକ ଶିକ୍ଷାବିତ ପରିବେଶ ପ୍ରେମୀ ବୁଦ୍ଧିଜୀବୀ ଯୋଗଦେଇଥିଲେ। କାର୍ଯକ୍ରମ ଆୟୋଜନରେ ମାଁ ସେବା ସଂସ୍ଥାର ସଦସ୍ଯ ସାମନ୍ତ ପଧାନ ସହଜୋଗ କରିଥିଲେ। ଶେଷରେ କାର୍ଯ୍ୟକ୍ରମର ଉଦ୍ଯୋକ୍ତା ଉମେଶ ପଧାନ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।
