ଲାୟନ୍ସ କ୍ଳବ୍, ନାଗାବଳୀ ରାୟଗଡ ର ନୂତନ କର୍ମକର୍ତ୍ତା ସଂସ୍ଥାପନ ଏବଂ ନୂତନ ସଭ୍ୟା/ସଭ୍ୟ ପ୍ରବେଶ ସମାରୋହ।

ଲାୟନ୍ସ କ୍ଳବ୍, ନାଗାବଳୀ ରାୟଗଡ ର ନୂତନ କର୍ମକର୍ତ୍ତା ସଂସ୍ଥାପନ ଏବଂ ନୂତନ ସଭ୍ୟା/ସଭ୍ୟ ପ୍ରବେଶ ସମାରୋହ।

ଲାୟନ୍ସ କ୍ଳବ୍, ନାଗାବଳୀ ରାୟଗଡ ର ନୂତନ କର୍ମକର୍ତ୍ତା ସଂସ୍ଥାପନ ଏବଂ ନୂତନ ସଭ୍ୟା/ସଭ୍ୟ ପ୍ରବେଶ ସମାରୋହ।

ରାୟଗଡ (info media) ନାଗାବଳୀ ଲାୟନ୍ସ କ୍ଳବର ନୂତନ କର୍ମକର୍ତ୍ତା ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି ଲାଏନ୍ସ ଡଃ ବିପିନ ବିହାରୀ ବିଶ୍ୱାଳ, ସୁଦର୍ଶନ ପାଢ଼ୀ ,ରାଜେନ୍ଦ୍ର ସାହୁ ଯଥାକ୍ରମେ ସଭାପତି ,ସମ୍ପାଦକ ତଥା କୋଷାଧ୍ୟକ୍ଷ ଭାବେ ନିଜ ନିଜ ଦାୟିତ୍ଵ ଗ୍ରହଣ କରିଛନ୍ତି। ଲାଏନ୍ସ ଡଃ ଦୁଷ୍ମନ୍ତ କୁମାର ମହାନ୍ତି ଆଞ୍ଚଳିକ ଅଧ୍ୟକ୍ଷ ଓ ଅଜିତ କୁମାର ପାଣିଗ୍ରାହୀ ପ୍ରଥମ ଉପସଭାପତି ଭାବେ ନିଜ ଦାୟିତ୍ଵ ତୁଲାଇବେ। ଲାଏନ୍ସ.ଇ. ଅଶ୍ଵିନୀ କୁମାର ଦାସ ଜିଲ୍ଲା ଗଭର୍ଣ୍ଣରଙ୍କୁ କ୍ଲବ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ଗଭର୍ଣ୍ଣର ସମସ୍ତ ନୂତନ କର୍ମକର୍ତ୍ତା ଙ୍କୁ ସଂସ୍ଥାପନ ତଥା ଶପଥ ପାଠ କରାଇବା ସହ କ୍ଳବ ର ନୀତି, ଆଦର୍ଶ ବିଷୟରେ ଅବଗତ କରାଇବା ସହ ଶପଥ ପାଠ କରାଇଥିଲେ ଏବଂ ଉପଢକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଉତ୍ସବରେ ଯୋନ ସଂଯୋଜକ ଲାୟନ୍ସ ଶ୍ରୀ ଲାଲ ବିହାରୀ ଲେଙ୍କା,ଜି.ରାମକୃଷ୍ଣ ଓ ଅପରାଜିତା କ୍ଳବର ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ, ଉପସଭାପତି ,ଲାଏନ୍ସ କ୍ଲବ ରାୟଗଡର ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ, ବରିଷ୍ଠ ସଭ୍ୟ ଏବଂ ନାଗାବଳୀ ଲାଏନ୍ସ କ୍ଳବ ର ସମସ୍ତ ସଭ୍ୟ/ସଭ୍ୟାଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ସଭାପତି ଶୁଭ୍ରା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ ,ସମ୍ପାଦକ ଡଃ ବିପିନ ବିହାରୀ ବିଶ୍ୱାଳ ସମ୍ପାଦକୀୟ ବିବରଣୀ ପଠନ,ଚାର୍ଟର ଅଧ୍ୟକ୍ଷ ତଥା ଆଞ୍ଚଳିକ ଅଧ୍ୟକ୍ଷ ଡଃ ଦୁଷ୍ମନ୍ତ କୁମାର ମହାନ୍ତି କ୍ଳବ ର ନୀତି, ଆଦର୍ଶ, କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ଲାୟନ୍ସ ଡଃ ଅର୍ଚ୍ଚନା ପଟନାୟକ କାର୍ଯ୍ୟକ୍ରମ ସଂଯୋଜନା ଏବଂ ସମ୍ପାଦକ ସୁଦର୍ଶନ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।ନାଗାବଳୀ ଲାଏନ୍ସ କ୍ଲବ ତରଫରୁ ଚଳିତ ୨୦୨୬-୨୭ ବର୍ଷରେ ମୁଖ୍ୟତଃ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ ଯଥା ପରିବେଶ ସୁରକ୍ଷା, ସ୍ୱଚ୍ଛତା, ବୃକ୍ଷରୋପଣ, ମଧୁମେହ ସଚେତନତା ଓ ପରୀକ୍ଷା, ଖାଦ୍ୟ ବିତରଣ, ଶିଶୁ କର୍କଟ ନିରାକରଣ ସଚେତନ, ଦୃଷ୍ଟି ସେବା, ଚକ୍ଷୁ ଚିକିତ୍ସା ଶିବିର, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହଯୋଗ, ରକ୍ତଦାନ ଶିବିର, ଯୁବପିଢ଼ି ଙ୍କ ସଶକ୍ତିକରଣ ,ମାନବସେବା କାର୍ଯ୍ୟ ସବୁ କରିବା ପାଇଁ ଆଲୋଚନା କରାଯାଇଥିଲା।କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ଏବଂ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମ କୁ ଲାଏନ୍ସ ,ଡଃ ଦୁଷ୍ମନ୍ତ ମହାନ୍ତି,ରୁବିରାଣୀ କୁଣ୍ଡୁ , ଦିପ୍ତୀ ରାଣୀ ପରିଛା, ,ବିପିନ ବିହାରୀ ବିଶ୍ୱାଳ, ରୀତା ରାଣୀ ମିଶ୍ର, ଅର୍ଚ୍ଚନା ପଟନାୟକ, ସୁଦର୍ଶନ ପାଢ଼ୀ,ଲାବଣ୍ୟ ପଟନାୟକ,ରାଜେନ୍ଦ୍ର ସାହୁ, ମନ୍ମଥ ତୁଳ, ପ୍ରଣୀପ୍ତ ପାତ୍ର,ବିଶ୍ୱନାଥ ବିଶ୍ୱାଳ, ରବି ଶତପଥୀ ,ଅରୁଣ ପାଣିଗ୍ରାହୀପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସଭ୍ୟ ଲାଏନ୍ସ ଡଃ ଦୁଃଖିଶ୍ୟାମ ଦାସ, ସତ୍ୟବାଦୀ ପତି, ଭାସ୍କର ରାଓ, କ୍ୟାବିନେଟ ସଚିବ ଜୟରାମ ଟୁକଲା, ରାୟଗଡ କ୍ଲବ ସଭାପତି ଡ଼ଃବାବୁରାଉ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ