ଲଗାଣ ବର୍ଷା ରେ ଭାଙ୍ଗିଲା ଶଙ୍କରାଖୋଲ ରେ ଥିବା କୁଇ ସମାଜ ଘର କାନ୍ଥ
କନ୍ଧମାଳ :୨୪/୯(ରିପୋର୍ଟ କୁନା ଦିଗାଲ )ଚକାପାଦ ବ୍ଳକ ଶଙ୍କରାଖୋଲ ପଞ୍ଚାୟତ ଅନ୍ତର୍ଗତ ହାଟପଦା ଠାରେ ଆଜି ଲଗାଣ ବର୍ଷା ହେତୁ ୧୫୭ ନମ୍ବର ଜାତୀୟ ରାଜପଥ ମୁଖ୍ୟ ରାସ୍ତା ବ୍ରହ୍ମପୁର ଠାରୁ ଫୁଲବାଣୀ ଯିବା ଶଙ୍କରାଖଖୋଲ ନିକଟରେ ଥିବା ନିଖିଳ ଉତ୍କଳ କୁଇ ସମାଜ ଘର କାନ୍ଥ ଭୁଶୁଡି ପଡି ଯାଇଛି। ଯାହା ଫଳରେ ସେଠାରେ ବିଭିନ୍ନ ପ୍ରକାର ବୈଠକ ର ଆଲୋଚନା ହେଉଥିଲା। ତାହା ଏବେ ଅସୁବିଧା ହେବାର ସମ୍ଭାବନା ରହିଛି। ସମାଜ ଘର ଭାଙ୍ଗିବା ଦେଖି ଆଦିବାସୀ ଲୋକ ହୋଇଥିବା ରୁ ସେଠାକୁ ଯାଇ ସକାଳ ସମୟ ରେ ପିଣ୍ଟୁ କହଁର,ସୁବାସ ପ୍ରଧାନ ଙ୍କ ସହ ସାମ୍ବାଦିକ ବାଳକୃଷ୍ଣ କହଁର ମିଶି ଟିଣ ଗୁଡିକ ସଜାଡି ରଖିଥିଲେ। ସେହି ଘର ଭାଙ୍ଗିବା ଦେଖି ଆଦିବାସୀ ଲୋକ ମାନେ ଏବଂ କୁଇ ସମାଜ ର ସଭାପତି ଅଜିବନ ମଲ୍ଲିକ, ସମ୍ପାଦକ ଅଶୋକ କହଁର ଙ୍କ ସହ ପାଖାପାଖି ଅଞ୍ଚଳ ର କୁଇଜାତି ର ସଦସ୍ୟ ମାନେ ଦୁଃଖ ପ୍ରକାଶ କରିଥିଲେ ଏବଂ ସରକାର ଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ।
