ଏକ ପେଡ୍‌ ମା’ କେ ନାମ” ଅଭିଯାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଏକ ପେଡ୍‌ ମା’ କେ ନାମ” ଅଭିଯାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

“ଏକ ପେଡ୍‌ ମା’ କେ ନାମ” ଅଭିଯାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ…

କନ୍ଧମାଳ :– (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଇଁଝର ଗ୍ରାମପଞ୍ଚାୟତରେ “ଏକ ପେଡ୍‌ ମା’ କେ ନାମ” ଅଭିଯାନ ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରୁନିତା କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବୃକ୍ଷରୋପଣ କରାଯିବା ସହିତ ପରିବେଶ ସୁରକ୍ଷା ଓ ସବୁଜ ପରିବେଶ ସୃଷ୍ଟି ପାଇଁ ସମସ୍ତେ ସଚେତନ ହେବାର ବାର୍ତ୍ତା ଦିଆଯାଇଥିଲା। “ବୃକ୍ଷ ହିଁ ଜୀବନ”—ବୃକ୍ଷ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ। ମଣିଷ ସମାଜକୁ ଶୁଦ୍ଧ ବାୟୁ, ଛାୟା, ଫଳ ଓ ପ୍ରାକୃତିକ ସନ୍ତୁଳନ ପ୍ରଦାନ କରିବାରେ ବୃକ୍ଷର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।କଇଁଝର ପଞ୍ଚାୟତକୁ ସବୁଜ ଓ ସୁନ୍ଦର କରିବା ସହ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଓ ସୁରକ୍ଷିତ ପରିବେଶ ଗଢ଼ିତୋଳିବା ଉଦ୍ଦେଶ୍ୟରେ ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ଉପସ୍ଥିତ ସମସ୍ତେ ସଂକଳ୍ପ ନେଇଥିଲେ। ରୋପଣ କରାଯାଇଥିବା ଚାରାଗଛଗୁଡ଼ିକର ଯତ୍ନ ନେଇ ସେଗୁଡ଼ିକୁ ବଡ଼ କରିବା ପାଇଁ ମଧ୍ୟ ସମସ୍ତେ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ କଇଁଝର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀ ପ୍ରକାଶ କହଁର, ଅଞ୍ଚଳର ମେଟ୍‌ ଭାଇମାନେ ଓ ବହୁ ଜନସାଧାରଣ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଆସନ୍ତୁ, ଗଛ ଲଗାଇବା—ପରିବେଶ ବଞ୍ଚାଇବା l ଆଜିର ଏକ ଚାରା, ଆସନ୍ତାକାଲିର ଅନେକ ଜୀବନର ଆଶା।