ଗଞ୍ଜାମ ଜିଲ୍ଲା ଦଳ ପରିବର୍ତ୍ତନ ପରେ ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ବ୍ଳକ ଅଧ୍ୟକ୍ଷା (ସୋଡକ ପାହାଡରେ ବିସ୍ଫୋରକ ସାମଗ୍ରୀ ଲଗାଇ ବେଆଇନ ଖଣି ଖନନ ନେଇ ଗ୍ରାମବାସୀଙ୍କ ଅଭିଯୋଗ) ୨୫୦ ପୁଟ ପାହାଡ଼ ଲୁଟର ତଦନ୍ତ ପାଇଁ ମନ୍ତ୍ରୀଙ୍କ ଦାବି।
ପୋଲସରା : ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ ପ୍ରିୟଦର୍ଶିନୀ ଆଚାରୀ ବିଜେପିରୁ ପୁଣି ବିଜେଡିକୁ ଫେରିବା ପରେ ବୁଗୁଡ଼ା ରାଜନୀତି ସରଗରମ ହୋଇଛି । ମନ୍ତ୍ରୀଙ୍କ ପାଇଁ ମୁଁ ଦଳ ଛାଡିଲି,ମୋ ସ୍ବାମୀଙ୍କ କ୍ରସର ବ୍ୟବସାୟକୁ ମନ୍ତ୍ରୀ କ୍ଷତି ପହଞ୍ଚାଇଲେ, ବ୍ଳକରେ ଦୁଇ ବର୍ଷ ହେଲା ଉନ୍ନୟନ ମୂଳକ କାମ ଠପ୍,ମୋତେ ସବୁ ସ୍ଥାନରେ ଅସମ୍ମାନ କରାଗଲା,ସବୁ ସ୍ଥାନରେ ରହିଥିବା ମୋ ଜିନିଷ ପତ୍ର ଭଙ୍ଗାରୁଜା କରାଗଲା, ସ୍କୁଲ ଫଳକରେ ମୋ ନାମକୁ ଜାଣିଶୁଣି ବାଦ ଦିଆଯିବା ଭଳି ସାଙ୍ଘାତିକ ଅଭିଯୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଉପରକୁ ବିବାଦୀୟ ମନ୍ତବ୍ୟ ବୁଗୁଡ଼ା ବ୍ଳକ ଅଧ୍ୟକ୍ଷା କେ ପ୍ରିୟଦର୍ଶିନୀ ଆଚାରୀ ଆଣିବା ପରେ ଏବେ ବିବାଦ ଘେରରେ ସୋଡକ ଓ ଢୁଙ୍କାପଡା ପାହାଡ। ପାହାଡ଼ ବ୍ୟବସାୟକୁ ନେଇ କଥା ଉଠୁଛି, ତାକୁ ନେଇ ସୋଡ଼କ ଗ୍ରାମରେ ପୁଣି ତାତିଛନ୍ତି ଗ୍ରାମବାସୀ। ଅଧ୍ୟକ୍ଷାଙ୍କ ସ୍ୱାମୀ କେ ନୀଳମାଧବ ଆଚାରୀ ସରକାରୀ ନିୟମକୁ ବେଖାତିର କରି ବାରୁଦ ସାହାଯ୍ୟରେ ବିସ୍ପୋରଣ କରି ଅଢ଼େଇ ସହ ଫୁଟରୁ ଅଧିକ ଖୋଳି ପଥର ନେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଖାଲି ସେତିକି ନୁହେଁ ଏହି ପାହାଡ଼ ବ୍ଲାଷ୍ଟି ଯୋଗୁଁ ଗ୍ରାମର ଅନେକ ଘର ଫାଟିବା ସହ ବନ୍ୟଜନ୍ତୁଙ୍କ ଜୀବନ ହାନି ହେବ ସହ , ବ୍ୟାପକ ଧନ ଜୀବନ କ୍ଷତିଗ୍ରସ୍ଥ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାର ଉଚିତ୍ ତଦନ୍ତ କରି ଲିଜଧାରି କେ ନୀଳମାଧବ ଆଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି। ସେହିପରି ଭାବେ ସୋଡକ ସରପଞ୍ଚ ଉତ୍କଳ ପ୍ରଧାନ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଯାହାକି କୌଣସି ପଲ୍ଲୀ ସଭା ନକରି କିଭଳି ଭାବେ ସେ ପାହାଡ଼ ଖନନ କରିବା ଓ ଦିବା ଲୋକରେ ଭାରି ବିସ୍ଫୋରକ ସାମଗ୍ରୀ ଦେଇ ବେଆଇନ ଭାବେ ପାହାଡ଼ରେ ଫୁଟାଇ ଖନନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଖଣି ବିଭାଗ କିଭଳି ଭାବେ ଅନୁମତି ଦେଇଛି, ତାହାକୁ ନେଇ ଆଶ୍ଚର୍ଯ୍ୟ ଲାଗୁଛି ବୋଲି ସରପଞ୍ଚ ଉତ୍କଳ ପ୍ରଧାନ ମଧ୍ୟ ପ୍ରକାଶ କରିଥିଲେ।ଏହାସହିତ ଢୁଙ୍କାପଡା ଗ୍ରାମରେ ଥିବା ଦହି ମୁଣ୍ଡିଆ ପାହାଡ଼ରେ ବେଆଇନ ଭାବେ ଖଣି ଖନନ କରି ସେଠାରୁ ସରକାରଙ୍କ ଜମିରେ ନିଜ ଇଛାରେ ରାସ୍ତା ନିର୍ମାଣ କରି ପଥର ଲୁଟ୍ କରିଥିବା ଅଭିଯୋଗ ଆଣିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଏହାକୁ ନେଇ ସୋଡକ ଓ ଢୁଙ୍କାପଡା ଗ୍ରାମର ବାସିନ୍ଦା ବାରମ୍ବାର ଅଭିଯୋଗ ମଧ୍ୟ କରିଥିବା ବେଳେ ଦୁଇ ପାହାଡରୁ ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଖଣି ବିଭାଗ ଅଧିକାରୀ ସହିତ ଆଲୋଚନା କରିଥିବା ପ୍ରକାଶ କରିଥିଲେ। ଏହାସହିତ ଯୁବ ନେତା ପ୍ରଭାକର ପଣ୍ଡା ଓ ଦୀପକ ପ୍ରଧାନ ବେଆଇନ ଭାବେ ଦୁଇ ପାହାଡ଼ରେ ବିସ୍ଫୋରକ ଫୁଟାଇ ପଥର ଖନନ କରି ଲୁଟ୍ କୁ ନେଇ ନିନ୍ଦା କରିଛନ୍ତି। ପାହାଡ଼ ଲିଜଧାରୀ କେ ନୀଳମାଧବ ଆଚାରୀ ଙ୍କ ସହିତ ଯୋଗାଯୋଗ ବେଳେ ସରକାରଙ୍କ ନୀତିନିୟମ ହିସାବରେ ସମସ୍ତ ତଥ୍ୟ ପ୍ରଦାନ କରି ମୁଁ ଲିଜ୍ ପାଇଛି, କୌଣସି ବେଆଇନ ଭାବେ ଖଣି ଖନନ ହୋଇନାହିଁ ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଅଟେ ଏବଂ ଉକ୍ତ ପାହାଡର ସମସ୍ୟାକୁ ନେଇ ଖଣି ବିଭାଗ, ଜିଲ୍ଲା ପ୍ରଶାସନ,ପଲ୍ଯୁସନ କଣ୍ଟ୍ରୋଲ ବୋର୍ଡ଼ ସହିତ ଗ୍ରୀନ୍ ଟ୍ରୀବୁନାଲ ବିରୋଧରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି, ମୋର କୌଣସି ଅସୁବିଧା ହେବ ନାହିଁ ବୋଲି କେ ନୀଳମାଧବ ଆଚାରୀ ନିଜର ମତ ପ୍ରକାଶ କରିଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
