ରୋଗୀ ସେବା ଠାରୁ ବହୁ ଦୂରରେ ପାରଳାଖେମୁଣ୍ଡି ପୌର ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ।
ଗଜପତି,(ମନୋଜ ପାଢ଼ୀ):ରୋଗୀ ସେବା ଠାରୁ ବହୁ ଦୂରରେ ପାରଳାଖେମୁଣ୍ଡି ପୌର ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ରହିଥିବା ଅଭିଯୋଗ ହୋଇଛି । ରୋଗୀଙ୍କୁ ସେବା ଦେବାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ସହରର ବହୁ ସଂଖ୍ୟକ ରୋଗୀ ଆସୁଥିବା ଦେଖିବାକୁ ମିଳିଛି। ଏଠାରେ ପ୍ରତ୍ୟେକ ଦିନ ୧୨୦ରୁ ଊର୍ଦ୍ଧ୍ୱ ରୋଗୀ ସେବା ପାଇଁ ଆସୁଛନ୍ତି । ହେଲେ ମାତ୍ର ଜଣେ ଡାକ୍ତର ସେବା ଦେବା ପାଇଁ ରହିଥିବାରୁ ରୋଗୀମାନଙ୍କୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ଏଠାରେ ଡାଇବେଟିସ ରୋଗୀଙ୍କ ପାଇଁ କୈଣସି ସଠିକ୍ ସେବା ମିଳୁ ନଥିବା ଅଭିଯୋଗ ହୋଇଛି ।ଆଜି ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ବହୁ ଜଣ ଡାଇବେଟିସ ରୋଗୀ ଆସିଥିଲେ । ହେଲେ ରକ୍ତ ପରୀକ୍ଷା କରିବା ପାଇଁ ଷ୍ଟିପ ନଥିବା ଯୋଗୁଁ ଏଠାରେ ରୋଗୀ ନାହିଁ ନଥି ବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ସମୟରେ ଲୋକମାନଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠିକ୍ ନଥିବା ବେଳେ ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ସୁଗେର ପରିକ୍ଷଣ ଷ୍ଟ୍ରିପ ନଥିବା କେତେ ଯୁକ୍ତିଯୁକ୍ତ । ଏହି ଘଟଣା ନେଇ ଜ୍ଞାନ ରଞ୍ଜନ ଜେନା ନାମକ ଜଣେ ରୋଗୀ ସୁଗେର ପରିକ୍ଷଣ ପାଇଁ ଦୁଇ ଦିନ ଧରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି । ହେଲେ ଷ୍ଟ୍ରିପ ଅଭାବ ଯୋଗୁଁ ସ୍ୱାସ୍ଥ୍ୟସେବା ନ ପାଇ ଫେରି ଯାଉଥିବା ଜଣାଇଛନ୍ତି ।
