ମା ମୁତ୍ୟାଲୁଆମ୍ମା ଙ୍କ ମନ୍ଦିର ପ୍ରାଣ ପ୍ରତିଷ୍ଠା ର ପ୍ରଥମ ବାର୍ଷିକ ଉତ୍ସବ ପାଳନ ହେବ
ରାୟଗଡ( info media ) ରାୟଗଡ ଜ଼ିଲ୍ଲା କୋଳନରା ବ୍ଲକ ସଦର ମୋହକୁମା କୋଳନରା ର ଗ୍ରାମର ଗ୍ରାମଦେବତୀ ମା ମୁତ୍ୟାଲୁଆମ୍ମା ଙ୍କ ମନ୍ଦିର ପ୍ରତିଷ୍ଠା ର ପ୍ରଥମ ବାର୍ଷିକ ଉତ୍ସବ ଚଳିତ ମାସ 26 ତାରିଖ ଠାରୁ 28 ତାରିଖ ତିନି ଦିନ ବ୍ୟାପି ଅନୁଷ୍ଠିତ ହେବ ବୋଲି ମନ୍ଦିର କମିଟି ର ଇପିଲି ଧବଳେଶ୍ୱର ନାଇଡ଼ୁ ସୂଚନା ଦେଇଛନ୍ତି l ପ୍ରଥମ ଦିନ 26 ତାରିଖରେ ଶାନ୍ତି ହୋମ ପୂଜା ସହିତ ମା ଙ୍କ ଷଡ଼ସ ଉପଚାର ଯଂଜ୍ଞ ଆରମ୍ଭ ସହିତ ପୂର୍ଣ୍ଣାହୁତି ହେବ l ଦ୍ୱତୀୟ ଡିମ 27 ତାରିଖରେ ରାୟଗଡ ଗାୟତ୍ରୀ ପରିବାର ପକ୍ଷରୁ ନବ କୁଣ୍ଡିୟ ଗାୟତ୍ରୀ ଯଂଜ୍ଞ ଅନୁଷ୍ଠିତ ହେବ ଅନ୍ତିମ ଦିନ, 28 ତାରିଖ ରେ ଯୋଗୀ ଶ୍ରୀରାମ ଚୈତନ୍ୟ ମହାରାଜ ଙ୍କ ଦ୍ୱାରା ଲଳିତ ସହସ୍ର ନାମ ପରାୟଣ ସହ କୁମ କୁମ. ପୂଜା କରାଯିବା ସହିତ ଭକ୍ତ ଙ୍କ ନିମନ୍ତେ ମନ୍ଦିର କମିଟି ପକ୍ଷରୁ ଅନ୍ନ ପ୍ରସାଦ ର ବ୍ୟବସ୍ତା କରାଯିବ ବୋଲି ଶ୍ରୀରାମ ନାଇଡ଼ୁ କହିଛନ୍ତି l ସେ ପୁଣି କହିଛନ୍ତି ଜେ ଜନସାଧାରଣ ଙ୍କ ନିମନ୍ତେ ରାତ୍ରି ସମୟରେ ପ୍ରଥମ ଓ ଦ୍ୱତୀୟ ଦିନ ଭାରତ ଲୀଳା ଓ ଅନ୍ତିମ ଦିନ ରାଧା କୃଷ୍ଣ ପ୍ରେମଲୀଳା ଭୁତକେଳି ନାଟକ ପରିବେଶଣ ହେବ l ମନ୍ଦିର ପ୍ରତିଷ୍ଠା ଦିନରୁ ମାସ ର ପ୍ରତ୍ୟେକ ମଙ୍ଗଳବାର ଦିନ ପ୍ରାୟ ଏକ ହଜାର ଲୋକଙ୍କୁ ମାଗଣା ରେ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଉଛି ଓ ମା ଙ୍କ କୃପାରୁ ଧରମାତ୍ମା ବ୍ୟକ୍ତି କିଛି ସହଯୋଗ କରନ୍ତି ବୋଲି କହିଥିଲେ l ମନ୍ଦିର ପ୍ରତିଷ୍ଠା ର ର୍କ ବର୍ଷ ପୂରଣ ଉପଲକ୍ଷେ ହେବା କୁ ଥିବା କାର୍ଯ୍ୟକ୍ରମ ରେ ଜନସାଧାରଣ ଯୋଗ ଦେଇ ମାଙ୍କ ଠାରୁ ଆଶୀର୍ବାଦ ଗ୍ରହଣ ପାଇଁ ଧବଳେଶ୍ଵର ନାଇଡ଼ୁ ନିବେଦନ କରିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
