ରାୟଗଡ ଜ଼ିଲ୍ଲା ବିଜେପି ମହିଳା ସଭାନେତ୍ରୀ ରଜିତା ଙ୍କୁ ଅଭିନନ୍ଦନ ଜଣାଇଲେ କୋଣ୍ଡା ବାବୁ

ରାୟଗଡ ଜ଼ିଲ୍ଲା ବିଜେପି ମହିଳା ସଭାନେତ୍ରୀ ରଜିତା ଙ୍କୁ ଅଭିନନ୍ଦନ ଜଣାଇଲେ କୋଣ୍ଡା ବାବୁ

ରାୟଗଡ ଜ଼ିଲ୍ଲା ବିଜେପି ମହିଳା ସଭାନେତ୍ରୀ ରଜିତା ଙ୍କୁ ଅଭିନନ୍ଦନ ଜଣାଇଲେ କୋଣ୍ଡା ବାବୁ ରାୟଗଡ (ସ୍ୱ ପ୍ର )ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା, ରାୟଗଡ ଜିଲ୍ଲା ସଭାନେତ୍ରୀ ଭାବେ ରଜିତା କୋରଡାଙ୍କୁ ଚୟନ ହୋଇଛନ୍ତି । ରଜିତା କୋରଡା, ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ସଭାପତି ଭାବେ ଚୟନ ହୋଇଥିବା ଖବର ଆସିବା ପରେ ବିଜେପି ଶି ବି ରରେ ଖୁସିର ଲହରୀ ଖେଳିଯାଇଥିଲା । ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ରାୟଗଡ ଟ୍ରକ ମାଲିକ ସଙ୍ଘ ସଭାପତି ୟାଲା କୋଣ୍ଡା ବାବୁ ରଜିତା କୁ ଅଭିନନ୍ଦନ ଜାଣିଛନ୍ତି ଓ ରଜିତା ଙ୍କ ନେତୃତ୍ୱ ରେ ରାୟଗଡ ଜ଼ିଲ୍ଲା ବିଜେପି ମହିଳା ମୋର୍ଚ୍ଚା ମଜବୁତ ହେବ ବୋଲି କହିଛନ୍ତି କୋଣ୍ଡା ବନୁ l ରାୟଗଡ ଜିଲ୍ଲା ପ୍ରଭାରି କେ.ନାରାୟଣ ରାଓ, ଜିଲ୍ଲା ସଭାପତି ଗୋପି ଆନନ୍ଦ, ପୂର୍ବତନ ଜିଲ୍ଲା ସଭାପତି ଶିବ ପଟନାୟକ, ଶିବ ଉଲ୍ଲାକା, ଅନୁସୂଚିତ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସଂପାଦକ କାଳିରାମ ମାଝି, ଅନୁ ସୂଚିତ ଜନଜାତି ମୋର୍ଚ୍ଚାର ଉପ-ସଭାପତି ରାଓ ବସନ୍ତ ଉଲ୍ଲାକା, ଏସଡିସି ଅଧ୍ୟକ୍ଷ ବିଦ୍ୟାଧର ଶବର, ଉପାଧ୍ୟକ୍ଷ ମଂଜୁଳା ମିଣି ୟାକା, ଅଶ୍ବି ନୀ କଂଚଡା, ଯୁବ ମୋର୍ଚ୍ଚା ରାଜ୍ୟ ଉପ-ସଭାପତି ଉମେଶ ଖୋସଲା, ବରିଷ୍ଠ ବିଜେପି ନେତା ଶିବ ଉଲ୍ଲାକା, ବିଜେପି ଜିଲ୍ଲା ଉପ-ସଭାପତିଦେବାଶିଷ ପ ପଣ୍ଡା, ପ୍ରିତମକୁମାର , ପ୍ରମୁଖ ଶୁଭେଛା ଜ୍ଞାପନ କରିଛନ୍ତି। । ରାଜ୍ୟ ନେତୃବୃନ୍ଦ ତାଙ୍କ ଉପରେ ଆସ୍ଥା ପ୍ରଘଟ କରି ମହିଳା ମୋର୍ଚ୍ଚା, ରାୟଗଡ ଜିଲ୍ଲା ସଭା ନେତ୍ରୀ ଭାବେ ଚୟନ କରିଥିବାରୁ ରାଜ୍ୟ ନେତୃବୃନ୍ଦଙ୍କୁସାଧୁବାଦ ଜଣାଇଛନ୍ତି । ଏଥି ସହ ଜିଲ୍ଲାର ମହିଳା ମାନଙ୍କ ବିକାଶ ପାଇଁ କାମ କରିବା ସହ ଦଳକୁ ତୃଣମୂଳ ସ୍ତରରେ କିପରି ଆହୁରି ସୁଦୃଢ କରିବା ସେ ନେଇ କାମ କରିବି ବୋଲି ରଜିତା ପ୍ରକାଶ କରିଛନ୍ତି ଓ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଜେ ପୂର୍ବରୁ ମହିଳା ମୋର୍ଚ୍ଚା କଣ କରିଥିଲା କଣ ନାହିଁ ତାହା ନେଇ ମୁଁ କିଛି କହିବି ନାହିଁ ଆଗକୁ ରାୟଗଡ ଜ଼ିଲ୍ଲା ବିଜେପି ମହିଳା ମୋର୍ଚ୍ଚା କିପରି କାମ କରିବ ସେଥିପାଇଁ ମୁଁ ଧ୍ୟାନ ଦେବା ମୋର ପ୍ରଥମ ଲକ୍ଷ୍ୟ ବୋଲି କହିଛନ୍ତି lରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ