ଫୁଟିଲା ଗୁଳି, ଟଳି ପଡ଼ିଲେ ଯୁବକପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାଘାଟଣା

ଫୁଟିଲା ଗୁଳି, ଟଳି ପଡ଼ିଲେ ଯୁବକପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାଘାଟଣା

ଫୁଟିଲା ଗୁଳି, ଟଳି ପଡ଼ିଲେ ଯୁବକପୂର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟାଘାଟଣା

ରାୟଗଡ଼ା,୧୦/୫(info media))- ରାୟଗଡ଼ା ସହରରେ ଗୁଳିକାଣ୍ଡ । ଜଣେ ଯୁବକ ନିହତ । ଶନିବାର ରାତିରେ ଘଟିଛି ଏହି କାଣ୍ଡ । ଫିଲ୍ମ ଷ୍ଟାଇଲରେ ହୋଇଛି ମର୍ଡର । କାରରେ ଗୋଡ଼ାଇ ଗୋଡ଼ାଇ ଦୁର୍ବୁତମାନେ ଯୁବକଙ୍କୁ ମାରିଥିବା ଜଣାପଡ଼ିଛି । ମୃତ ଯୁବକ ଜଣକ ହେଲେ ରାୟଗଡ଼ା ଟାଉନ ଥାନା ପଛ ପାଶ୍ୱର୍ ରେଲି ସାହିର ହାଡ଼ିପା ନିଖିଲ । ନିଖିଲଙ୍କ ମୃତଦେହ ରବିବାର ସକାଳେ ରାୟଗଡ଼ା ସହର ତୁମ୍ବିଗୁଡ଼ା ନିକଟସ୍ଥ ନାଗାବଳୀ ନଦୀ କୂଳରେ ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ଏସପି ସ୍ୱାଥି ଏସ.କୁମାର, ଏଏସପି, ଏସଡିପିଓ, ଟାଉନ ଥାନା ଆଇଆଇସିଙ୍କ ସମେତ ପୋଲିସ ଟିମ୍ ଓ ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ମୃତ ନିଖିଲଙ୍କ ମାଆଙ୍କ ଅଭିଯୋଗ ଅନୁସାରେ କିଛି ଦୁର୍ବୁତ ତାଙ୍କ ପୁଅକୁ ଜୀବନରେ ମାରିଦେଇ ନଦୀ ନିକଟରେ ଫିଙ୍ଗି ଦେଇଛନ୍ତି ବୋଲି କହିବା ସହିତ ହତ୍ୟାକାରୀଙ୍କ ନାମ ମଧ୍ୟ ପୋଲିସକୁ ଜଣାଇଛନ୍ତି । ଅନ୍ୟପଟେ ଘଟଣାର ତଦନ୍ତ ଚାଲିଛି ଏବଂ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଧରାଯିବ ବୋଲି କହିଛନ୍ତି ଏସପି ସ୍ୱାଥି । ଘଟଣାରୁ ପ୍ରକାଶ ଯେ, ଶନିବାର ରାତି ପ୍ରାୟ ୧୦ଟା ପାଖାପାଖି ଇନ୍ଦିରା ନଗର ତୃତୀୟ ଲେନ୍ ଠାରେ ଦୁଇରୁ ତିନି ରାଉଣ୍ଡ ଗୁଳି ଚାଳନା ହୋଇଥିବା ଶବ୍ଦ ହୋଇଥିଲା । ତେବେ କିଛି ଦୁର୍ବୁତ ମୃତ ନିଖିଲଙ୍କୁ ଅପହରଣ କରିଥିବା ନେଇ ତାଙ୍କ ମାଆ ପୋଲିସରେ ଏତଲା ଦେଇଥିଲେ । ଘଟଣାସ୍ଥଳରୁ ପୋଲିସକୁ ଏକ ବ୍ୟବହୃତ ଖୋକା ମଧ୍ୟ ମିଳିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରୁଛି ପୋଲିସ । ନିଖିଲଙ୍କୁ ମୁହଁରେ ମାଡ଼ ଚିହ୍ନ ରହିଥିବା ବେଳେ ଅଂଟା ଏବଂ ଛାତିରେ ଗୁଳି ବାଜିଥିବା ନେଇ ରାୟଗଡ଼ା ଏସଡିପିଓ ଗୌରହରି ସାହୁ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଶନିବାର ରାତି ପାଖାପାଖି ୧୦ଟା ସମୟରେ କିଛି ଯୁବକ ଗୋଟିଏ ବୁଲେଟ ଏବଂ ଏକ ଚାରି ଚକିଆ ଗାଡିରେ ନିଖିଲକୁ ପିଛା କରିଥିଲେ। ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ନିଖିଲ ଦୌଡ଼ି ପଳାଇବା ସମୟରେ ଫାୟାରିଂ ହୋଇଥିଲା। ଏପରିକି ଯୁବକ ଜଣକ ପ୍ରାଣ ଭୟରେ ଏକ ଘରକୁ ପଶିଯିବା ସମୟରେ ଦୁର୍ବୁତ ମାନେ ତାକୁ ଅପହରଣ କରି ରିଂ ରୋଡ ପଟେ ଚାଲିଯାଇଥିଲେ। ତେବେ ନିଖିଲଙ୍କ ମୁହଁରେ ଏବଂ ଗୋଡ଼ରେ ଆଘାତ ଲାଗିଥିବା ବେଳେ ଦେହରେ ଦୁଇଟି ଗୁଳି ବାଜିଥିବା ଦେଖିବାକୁ ମିଳିଛି । ନିଖିଲକୁ ହତ୍ୟା ପରେ ତୁମ୍ବିଗୁଡା ନିକଟରେ ନାଗାବଳୀ ନଦୀ କୂଳରେ ଫିଙ୍ଗି ଚାଲିଯାଇଥିଲେ ବୋଲି ଅନୁମାନ କରାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି। ପୋଲିସ ମୃତଦେହ ଜବତ କରି ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଦିନ ୧୧ଟାରୁ ନ୍ୟାୟ ଦାବି ଏବଂ ହତ୍ୟାକାରୀଙ୍କ ଗିରଫ ଦାବିରେ ରାୟଗଡ଼ା ଟାଉନଥାନା ଘେରାଉ କରିବା ସହିତ ରାସ୍ତାରୋକ କରିଛନ୍ତି । ରେଲି ସାହି ବାସିନ୍ଦା ଥାନା ସମ୍ମୁଖରେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରି ରଖିଛନ୍ତି । ଅନ୍ୟପଟେ ପୋଲିସ ସମ୍ପୂର୍ଣ ସହର ବୁଲି ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରିବା ସହିତ ତଦନ୍ତ ଜାରି ରଖିଛି ।ରାୟଗଡ ରି ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ