ରାମନାଗୁଡା ବ୍ଲକରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣୀ ଶିବିର ଅନୁଷ୍ଠିତ

ରାମନାଗୁଡା ବ୍ଲକରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣୀ ଶିବିର ଅନୁଷ୍ଠିତ

ରାମନାଗୁଡା ବ୍ଲକରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣୀ ଶିବିର ଅନୁଷ୍ଠିତ

ରାୟଗଡା( info media) ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ନୂତନ ସମ୍ମିଳନୀ କକ୍ଷ ପରିସରରେ ଆଜି ଏକ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସ୍ୱଚ୍ଛତା ଏବଂ ସଫଳ ରୂପାୟନର ପରଖ କରିବା ପାଇଁ ଏହି ଶିବିରର ଆୟୋଜନ କରାଯାଇଥିଲା।ମୁଖ୍ୟତଃ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (MGNREGS) ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟର ସାମାଜିକ ସମୀକ୍ଷା କରାଯାଇଥିଲା। ଏହି ଅବସରରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଅଭିଯୋଗର ଶୁଣାଣୀ କରାଯିବା ସହ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ରାୟଗଡ ଅତିରିକ୍ତ ନିର୍ବାହୀ ଅଧିକାରୀ କ୍ଷୀରାବ୍ଦି ତନୟା ସାହୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ,ମନରେଗା ଆମ୍ବୁଡସମ୍ୟାନ ଅକ୍ଷୟ କୁମାର ଦାସ,ଜିଲ୍ଲା ସ୍ତରୀୟ ସାମାଜିକ ସମୀକ୍ଷକ ଶ୍ରୀ ଧଳ ମଞ୍ଚାସିନ ଥିଲେ ।ଗୋଷ୍ଠୀ ସାମାଜିକ ସମୀକ୍ଷକ ବି କ୍ଷୀରୋଦ କୁମାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏଥିରେ ସମସ୍ତ ପଞ୍ଚାୟତର ପିଇଓ, ଏଡି ଇଓ, ଜିଆରଏସ,ଯୋଗାଣ ସହାୟକ ,ଭିଆରପି ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ।ସରକାରୀ ଅନୁଦାନର ସଠିକ ବିନିଯୋଗ ଏବଂ ସ୍ୱଚ୍ଛତା ରକ୍ଷା ଓ ସରକାରୀ ଯୋଜନାଗୁଡ଼ିକୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ କରିବା ପାଇଁ ଉପସ୍ଥିତ ଅଧିକାରୀ ମତପ୍ରକାଶ କରିଥିଲେ।ରାୟଗଡ ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ