ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର କର୍ମଚାରୀ ଶ୍ରୀ ପବିତ୍ର ସେଠ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି।
ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ପରିସରରେ କର୍ମଚାରୀ ଶ୍ରୀ ପବିତ୍ର ସେଠ କଂ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କରିଥିଲେ, ସମବାୟ ସମିତି ଲି ସଂପାଦକ ସୁବାଷ ଚନ୍ଦ୍ର ପୁରୋହିତ, ସଭପତିତ୍ବ କରିଥିଲେ ସମିତି ସଭାପତି ସୁବ୍ରତ କୁମାର ଚାନ୍ଦ,ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଜିଲ୍ଲା ସମବାୟ କେନ୍ଦ୍ର ବ୍ଯାଙ୍କ ଲି ର ସଭାପତି ନରେନ୍ଦ୍ର ପ୍ରଧାନ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସତ୍ୟଜିତ ପୁରୋହିତ, ଝରାପାଲି ମାର୍କେଟ ଇନ୍ଚାଜ ଲିଂଗରାଜ ସୁନା ଓ ଖୁଣ୍ଟୁଲିପାଲି ମାର୍କେଟ ଇନ୍ଚାଜ ଭରତ ଚନ୍ଦ୍ର ବାରିକ, ସମବାୟ ସମିତିର ଡାଇରେକ୍ଟର, କର୍ମଚାରୀ, ଝରାପାଲି ମାର୍କେଟ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ପବିତ୍ର ସେଠ କଂ ଅବସରକାଳୀନ ସମ୍ବର୍ଦ୍ଧନା ସଭା ତାକଂର କାର୍ଯ୍ୟ ଉତ୍ତମ ଭାବେ ସଂପାଦନ କରିଥିବାରୁ ଭୂୟସୀ ପ୍ରଶଂସା କରାଯାଇଥିଲା । ଶ୍ରୀ ସେଠ ଆଗାମୀ ଦିନ ଗୁଡିକ ସୁଖ, ସୁସ୍ଥ, ନିରୋଗ ରେ ଅତିବାହିତ ହେବା କୁ ମାଁ ସମଲେଶ୍ଵରୀ ଓ ମାଁ ବିନ୍ଧ୍ୟବାସିନୀ କଂ ପ୍ରାର୍ଥନା କରି ଥିଲେ। ଶ୍ରୀ ସେଠ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଦେଇ ତାକଂର ବାସଭବନକୁ ବାଜା ଓ ଫୋଟକା ଫଟାଇ ପହଁଚା ଯାଇଥିଲା।
