ରକ୍ତଦାନ କରି ଜୀବନର ବାର୍ତ୍ତା ବାଣ୍ଟୁଛନ୍ତି ସ୍ନିଗ୍ଧାରାଣୀ

ରକ୍ତଦାନ କରି ଜୀବନର ବାର୍ତ୍ତା ବାଣ୍ଟୁଛନ୍ତି ସ୍ନିଗ୍ଧାରାଣୀ

ରକ୍ତଦାନ କରି ଜୀବନର ବାର୍ତ୍ତା ବାଣ୍ଟୁଛନ୍ତି ସ୍ନିଗ୍ଧାରାଣୀ

ସେମିଳିଗୁଡା.ତାରିଖ ୧୩.୬.୨୦୨୬,ରକ୍ତଦାନଠାରୁ ବଡ ଦାନ କିଛି ନାହିଁ ବୋଲି କହନ୍ତି ସେମିଳିଗୁଡାର ବରିଷ୍ଠ ରକ୍ତଦାତ୍ରୀ ଓ ସମାଜସେବୀ ସ୍ନିଗ୍ଧାରାଣୀ ମିଶ୍ର ।ଅନ୍ୟର ଜୀବନ ବଞ୍ଚାଇବା ତାଙ୍କ ଜୀବନର ଲକ୍ଷ୍ଯ ପାଲଟିଯାଇଛି। ରକ୍ତଦାନ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଯାଇଛନ୍ତି ସ୍ନିଗ୍ଧାରାଣୀ ।ବର୍ତ୍ତମାନ ସୁଦ୍ଧା ୫୫ ଥର ରକ୍ତଦାନ କରି ଅବିଭକ୍ତ କୋରାପୁଟ ଜିଲ୍ଲାରେ ସବୁଠାରୁ ଅଧିକଥର ମହିଳା ରକ୍ତଦାତ୍ରୀ ସାଜିଛନ୍ତି ସେ।ବର୍ତ୍ତମାନ ସୁଦ୍ଧା ଓଡିଶାର ବିଭିନ୍ନ ସ୍ଥାନରେ ୪୭ଟି ରକ୍ତଦାନ ଶିବିରର ଆୟୋଜନ କରିସାରିଛନ୍ତି। ତାଙ୍କ ଅନୁଷ୍ଠାନ ଲିଭ ଫର ଅଦର୍ସ ଅନ୍ୟ ପାଇଁ ବଞ୍ଚିବାର ବାର୍ତ୍ତା ବାଣ୍ଟି ଚାଲିଛି।ସେ ଓଡିଶା ରକ୍ତଦାତା ସଂଘ କୋରାପୁଟ ଶାଖାର ସାଧାରଣ ସମ୍ପାଦିକା ଅଛନ୍ତି।ଜିଲ୍ଲା ଓ ଜିଲ୍ଲା ବାହାରୁ ପ୍ରତିଦିନ ସେ ଖବର ପାଇଲେ ପାଇଁ ତୁରନ୍ତ ରକ୍ତ ଯୋଗାଡ କରନ୍ତି।ଏଥିରେ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ରକ୍ତ କେନ୍ଦ୍ରର ଡାକ୍ତର ଓ କର୍ମଚାରୀବୃନ୍ଦ ତାଙ୍କୁ ସହଯୋଗ କରିଛନ୍ତି।ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ସେ ଅହମଦାବାଦ, ଦିଲ୍ଲୀ,ଜାମସେଦପୁର,ହାଇଦ୍ରାବାଦ ପ୍ରଭୃତି ବହୁ ସ୍ଥାନରେ ସମ୍ବର୍ଦ୍ଧିତ ହୋଇଛନ୍ତି।ଏହା ବ୍ୟତୀତ ସେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ସ୍ଥାନରେ କରିଥାନ୍ତି । କୋରାପୁଟ ଜିଲ୍ଲାରେ ସେ ପ୍ରଥମ ସ୍ବତନ୍ତ୍ର ମହିଳା ରକ୍ତଦାନ ଶିବିର ଲକ୍ଷ୍ମୀପୁରଠାରେ ଆୟୋଜନ କରିଥିଲେ।ବହୁ ମହିଳାଙ୍କୁ ସେ ରକ୍ତଦାନ କ୍ଷେତ୍ରରେ ସାମିଲ କରିପାରିଛନ୍ତି।ଉଲ୍ଲେଖଯୋଗ୍ଯ ଯେ ମାଲକାନଗିରିର ବଣ୍ଡା ଜନଜାତିଙ୍କୁ ନେଇ ସେ ରକ୍ତଦାନ ଶିବିର ମୁଦୁଲିପଡାରେ କରିଥିଲେ,ଯେଉଁଁଥିରେ ୨୫ଜଣ ବଣ୍ଡା ପୁରୁଷ, ମହିଳା ରକ୍ତଦାନ କରି ଇତିହାସ ସୃଷ୍ଟି କରିଥିଲେ।ନିଜର ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ସେ ଅନ୍ୟର ଜୀବନ ବଞ୍ଚାଇବାପାଇଁ ରକ୍ତଦାନ କ୍ଷେତ୍ରରେ କାର୍ଯ୍ୟ କରିବେ ବୋଲି କହନ୍ତି।

ରକ୍ତଦାନ କରି ଜୀବନର ବାର୍ତ୍ତା ବାଣ୍ଟୁଛନ୍ତି ସ୍ନିଗ୍ଧାରାଣୀ
ରକ୍ତଦାନ କରି ଜୀବନର ବାର୍ତ୍ତା ବାଣ୍ଟୁଛନ୍ତି ସ୍ନିଗ୍ଧାରାଣୀ