ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ।

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ।

ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ।

ଗଜପତି (ମନୋଜ ପାଢ଼ୀ): ଗଜପତିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଲଗାତାର ଅଘୋଷିତ ବିଦ୍ୟୁତ କାଟ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଦାୟିତ୍ବହୀନତା ପ୍ରତିବାଦରେ ଉଭ୍ୟକ୍ତ ଲୋକେ ସ୍ଥାନୀୟ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦଶନ କରିବା ସହ ଘେରାଉ କରିଛନ୍ତି । ଘଟଣାରୁ ପ୍ରକାଶ, କିଛି ଦିନ ହେବ ରାୟଗଡ଼ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇବା ସହ ଗୁଳୁଗୁଳି ଅସହ୍ୟ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଟିପିଏସଓଡିଏଲ୍ (ବିଦ୍ୟୁତ ବିଭାଗ) ପକ୍ଷରୁ କୌଣସି ପୂର୍ବ ସୂଚନା ନଦେଇ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ କରିଦିଆଯାଉଛି। ଦିନରେ ଯେମିତି ଅବସ୍ଥା ରାତିରେ ମଧ୍ୟ ବାରମ୍ବାର ସେମିତି ପାୱାର କଟ୍ ଏବଂ ଲୋ-ଭୋଲଟେଜ୍ ସମସ୍ୟା ଲାଗି ରହୁଛି। ଏହାଯୋଗୁଁ ବୃଦ୍ଧ, ରୋଗୀ ଏବଂ କୋମଳମତି ଶିଶୁମାନେ ଏହି ପ୍ରବଳ ଗରମକୁ ଅସହ୍ୟ କରିପାରୁନାହାନ୍ତି। ରାତି ସାରା ଲୋକେ ଅନିଦ୍ରା ରହୁଥ‌ିବା ବେଳେ ଦିନରେ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ କାମଧନ୍ଦା ସମ୍ପୂର୍ଣ ବାଧାପ୍ରାପ୍ତ ହେଉଛି | କେବଳ ସେତିକି ନୁହେଁ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବ୍ୟାହତ ହେବା ସହ ମୋବାଇଲ୍ ନେଟୱର୍କ ସମସ୍ୟା ମଧ୍ୟ ଦେଖାଦେଉଛି. ଏସବୁର ଦୃଢ଼ ପ୍ରତିବାଦ ଜଣାଇ ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ବିରୋଧରେ ଅଞ୍ଚଳବାସୀ ଏକତ୍ରିତ ହୋଇ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ |