ମହେନ୍ଦ୍ର ତନୟା ନଦୀରେ ବର୍ଜ୍ୟବସ୍ତୁ ଫୋପାଡିବାକୁ ନେଇ ଜନ ଅସନ୍ତୋଷ ।

ମହେନ୍ଦ୍ର ତନୟା ନଦୀରେ ବର୍ଜ୍ୟବସ୍ତୁ ଫୋପାଡିବାକୁ ନେଇ ଜନ ଅସନ୍ତୋଷ ।

*ମହେନ୍ଦ୍ର ତନୟା ନଦୀରେ ବର୍ଜ୍ୟବସ୍ତୁ ଫୋପାଡିବାକୁ ନେଇ ଜନ ଅସନ୍ତୋଷ ।

ଗଜପତି,(ମନୋଜ ପାଢ଼ୀ) :-ଗଜପତି‌ ଜିଲ୍ଲାର ଜୀବନରେଖା ଭାବେ ପରିଚିତ ମହେନ୍ଦ୍ର ତନୟା ନଦୀରେ ଅବାଧରେ ବର୍ଜ୍ୟବସ୍ତୁ ଫୋପାଡାଯାଉଥିବା ଅଭିଯୋଗକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ନଦୀ ପାଣିରେ ପଲିଥିନ୍, ପ୍ଲାଷ୍ଟିକ୍ ଓ ବିଭିନ୍ନ ହୋଟେଲରୁ ବାହାରୁଥିବା ଅଳିଆ ଆବର୍ଜନା ପକା ଯାଉଥିବାରୁ ଜଳ ପ୍ରଦୂଷଣ ବୃଦ୍ଧି ପାଉଥିବା ନେଇ ପରିବେଶପ୍ରେମୀ ଓ ସ୍ଥାନୀୟ ବାସିନ୍ଦା ଚିନ୍ତା ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ନଦୀର ପାଣି ପାରଳାଖେମୁଣ୍ଡି ସହର ବାସିନ୍ଦାଙ୍କୁ ମୋଟର ମାଧ୍ୟମରେ ଯୋଗାଇ ଦିଆଯାଇଥାଏ। ଏଣୁ ଏଠାରେ ବର୍ଜ୍ୟବସ୍ତୁ ପକାଇବା ଦ୍ବାରା ଜଳ ଦୂଷିତ ହେବା ସହ ଜନସାଧାରଣଙ୍କର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବାର ଆଶଙ୍କା ରହିଛି।ନଦୀର ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ବର୍ଜ୍ୟବସ୍ତୁ ଫୋପାଡୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ ନିୟମିତ ସଫେଇ ଅଭିଯାନ ଚଳାଇବାକୁ ଦାବି ହୋଇଛି।