ମୂମୂର୍ଶୁ ଅବସ୍ଥା ରେ ପଡ଼ିଥିବା ବୃଦ୍ଧା ଙ୍କୁ ଉଦ୍ଧାର କଲା ନିଷ୍ଠା ପରିବାର
ବରଗଡ(ଭବାନୀ ଶଙ୍କର ପାଢ଼ୀ) ତା-୨୬-୦୯-୨୦୨୬ରିଖ (ଶନିବାର)ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବରମକେଲା ଗ୍ରାମ ପଞ୍ଚାୟତ ପରମାନପୁର ଠାରେ ଏକ ପୋଖରୀ କଡ ରେ ଭଙ୍ଗା ଦଦରା ଘରେ ଏକାକୀ ରୁହନ୍ତି ଦୂତୀ ସାହୁ ବୟସ ୮୫ବର୍ଷ। ତାଙ୍କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବା ସୁଦାମ ସାହୁ ସୋସିଆଲ ଙ୍କ ଠୁ ଖବର ପାଇଥିଲେ ନିଷ୍ଠା ପରିବାର ର ସଭାପତି ଅଶ୍ୱିନୀ ତ୍ରିପାଠୀ। ନିଷ୍ଠା ପରିବାର ର କୋଷାଧ୍ୟକ୍ଷ ଶ୍ରୀ ଶ୍ୟାମ ସୁନ୍ଦର ସାହୁ, ଝସ କେତନ ସାହୁ, ବେଣୁ ଧରେଇ ତୁରନ୍ତ ପରମାନ ପୁର ଅଭିମୁଖେ ଯାଇଥିଲେ ।ଘର ଅବସ୍ଥା ଓ ତାଙ୍କ ଶରୀର ଅବସ୍ଥା ଯେ କେହି ବି ଦେଖିବ ଆଖିରୁ ଆପେ ଆପେ ଲୁହ ଆସିଯିବ। ଆମେ ଯେତେ ଉନ୍ନତୀ କଲେ ବି ଆମର ମାନବିକତା ରେ ପରିବର୍ତ୍ତନ ହେଉ ନାହିଁ। ଦିର୍ଘ ଦିନ ଧରି ଗୋଟିଏ ଘରେ ନ ଖାଇ ନ ପିଇ ପଡ଼ି ରହିଥିଲେ ବୃଦ୍ଧା ଜଣକ, ଏପରିକି ସେ କଥା କହିବାକୁ ବି ସକ୍ଷମ ନ ଥିଲେ।ତାଙ୍କର ସ୍ୱାମୀ ଙ୍କ ଦୁଇ ବର୍ଷ ପୂର୍ବରୁ ମୃତ୍ୟୁ ହୋଇ ଯାଇଛି ପିଲା ଛୁଆ କିଛି ନାହାନ୍ତି ତାଙ୍କର କିନ୍ତୁ ତାଙ୍କ ସମ୍ପର୍କୀୟ ଅଛନ୍ତି ଏବଂ ରୁହନ୍ତି ବି ସେହି ଗାଁ ରେ କିନ୍ତୁ ଦୁଃଖ ର କଥା ଧନ ସମ୍ପତ୍ତି କିଛି ନ ଥିବାରୁ କେହି ତାଙ୍କୁ ପଚାରୁ ନାହାନ୍ତି କି ଆହା କରିବା ପାଇଁ ବି ଜଣେ ନାହାନ୍ତି ତାଙ୍କ ପାଖରେ। ଅଵସ୍ଥା ଦେଖି ନିଷ୍ଠା ପରିବାର ତରଫ ରୁ ତୁରନ୍ତ ୧୦୮ଆମ୍ବୁଲାନ୍ସ କୁ ଯୋଗାଯୋଗ କରିବାରୁ ୧୦୮ ଖାଲି ନ ଥିବାରୁ ପିପଲି ପାଲି ର ଦେବାଶିଷ ନନ୍ଦ ଙ୍କ ସହଯୋଗ ରେ ଏକ ବୋଲେରୋ ଗାଡ଼ି ରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା ନିଷ୍ଠା ପରିବାର। ବର୍ତମାନ ତାଙ୍କ ର ଚିକିତ୍ସା ଚାଳିଛି। ଆଶା ମାଁ ସମଲେଶ୍ଵରୀ ଙ୍କ ଦୟା ରୁ ସେ ଶିଘ୍ର ଭଲ ହୋଇଯିବେ । ଏହି ମହତ୍ କାର୍ଯ୍ୟ ରେ ସହଯୋଗ କରିଥିବା ପ୍ରତ୍ୟେକ ମହାନୁଭବ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଓ କୃତଜ୍ଞତା।ଦୀର୍ଘ ଦଶନ୍ଧୀ ଧରି ଅସହାୟ ଙ୍କ ସେବାରେ ନିରନ୍ତର ଆପଣ ମାନଙ୍କ – ନିଷ୍ଠା ପରିବାର।ମାନବତାର ପଥରେ ଏକ ଅତୁଟ ପ୍ରୟାସ…..ସର୍ବେ ସନ୍ତୁ ନିରାମୟଃNistha Pariwar
