ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋ ଭବିଷ୍ୟତ ମୋ ହାତରେ କାର୍ଯ୍ୟକ୍ରମ ଅନୁଷ୍ଠିତ
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୋ ଭବିଷ୍ୟତ ମୋ ହାତରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କନ୍ଧମାଳ ମାଟିର ଗର୍ବ କଲିକତା ସ୍ଥିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟଳୟର ଜେନେରାଲ ମ୍ୟାନେଜର ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଜ ଭବିଶ୍ଵତ ନିଜ ହାତରେ ରହିଛି କେବେଳ ତାକୁ ଠିକ ଭାବରେ ପରିଚାଳନା କରିବାର ଦାଇତ୍ଵ ରହିଛି ବୋଲି କହିଥିଲେ ଉପଯୁକ୍ତ କ୍ୟାରିଅର ଚୟନ କରି ନିଜର ଭବିଶ୍ଵତ କୁ ଏବେଠାରୁ ସୁଦୃଢ କରିବାର ଆବଶ୍ୟକତା ସଫଳତାର ଚାବିକାଠି ଏବଂ ନିଷ୍ଠା , ଶୃଙ୍ଖଳା ଓ ନିରନ୍ତର ପାଠପଢିଲେ ନିଜର ଭବିଷ୍ୟତକୁ ସୁଦୃଢ କରିପାରିବେ ବୋଲି ବକ୍ତବ୍ୟ ରଖିଥିଲେ । ରାଇକିଆ ସୁଧକିରଣ କଲେଜର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି , ଜୀବନ ଜ୍ୟୋତି କଲେଜର ଅଧ୍ୟାପକ ଡଃ ସନ୍ତୋଷ କୁମାର ନାୟକ ଏବଂ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କର ଶାଖା ପରିଚାଳକ ଚିଦାନନ୍ଦ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସୁଦୃଢ ଭବିଶ୍ଵତକୁ ନେଇ ଆଲୋଚନା କରିଥିଲେ । ଅଧ୍ୟାପକ ରାମକୃଷ୍ଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଅଧ୍ୟାପକ ଶିବରାମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶେଷରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ କର୍ମଚାରି ଉପସ୍ତିତ ରହି ସହଯୋଗ କରିଥିଲେ ।
