ନାବାଳିକା ବେଳେ ନିଖୋଜ ଥିବା କେଶମଣି ବର୍ତ୍ତମାନ 10 ବର୍ଷ ପରେ ଆର. ଉଦୟଗିରି ପୋଲିସ ଦ୍ୱାରା ଉଦ୍ଧାର ହୋଇଥିବା ନେଇ ତାଙ୍କ ପରିବାରବର୍ଗ ଆନନ୍ଦ ପ୍ରକାଶ କରିଛନ୍ତି.ରାମାୟାଗୁଡା ଗ୍ରାମରେ କିଡ଼ନି ରୋଗ ପ୍ରାଦୃଭାବରେ ଲୋକେ ଆତଙ୍କିତ ।

ଗଜପତି 24/11(ମନୋଜ କୁମାର ପାଢୀଙ୍କ ରିପୋର୍ଟ):ଗଜପତି ଜିଲ୍ଲାର କାଶୀନଗର ବ୍ଲକ୍ କେ.ସୀତାପୁର ପଞ୍ଚାୟତ ଅଧୀନ ରାମାୟାଗୁଡ଼ା ଗ୍ରାମରେ କିଡ୍‌ନି ରୋଗର ଆତଙ୍କରେ ଲୋକ ଆତଙ୍କିତ ହେଉଥିବା ଅଭିଯୋଗ ହୋଇଛି. ଏହାର ମୁଖ୍ୟ କାରଣ ହେଲା ନଳକୂପର ଦୂଷିତ ପାଣି ପିଇ ଗ୍ରାମବାସୀ କିଡ୍‌ନିଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଉକ୍ତ ନଳକୂପର ପାଣିର ରଙ୍ଗ ନାଲି ହୋଇଥିବା ବେଳେ ଏଥିରେ ତେଲିଆ ପଦାର୍ଥ ଭାସୁଥିବା ଦେଖିବାକୁ ମିଳିଛି। ଫଳରେ ଏହି ଗ୍ରାମବାସୀ କିଡ଼ନି ରୋଗରେ ଆକ୍ରାନ୍ତ ହୋଇ ଭୟରେ ଆତଙ୍କିତ ହୋଇ ଦିନ କାଟୁଛନ୍ତି ।

ଗ୍ରାମବାସୀମାନେ କହିଛନ୍ତି, ଶହେରୁ ଅଧିକ ଲୋକ ଗୋଟିଏ ମାତ୍ର ନଳକୂପ ଉପରେ ନିର୍ଭର କରି ଆସୁଛନ୍ତି. ଏଠାରେ ବିକଳ୍ପ ଜଳଉତ୍ସ ନଥିବାରୁ ସେମାନେ ବାଧ୍ୟ ହୋଇ ଏହି ପାଣିକୁ ବ୍ୟବହାର କରୁଛନ୍ତି ।ଦୀର୍ଘବର୍ଷ ଧରି ଏହି ପାଣିକୁ ବ୍ୟବହାର କରିବା ଫଳରେ ଗ୍ରାମର ଏକାଧିକ ଲୋକ କିଡ୍‌ନି ରୋଗରେ ପୀଡ଼ିତ ହୋଇଛନ୍ତି।ଏବେ ଗ୍ରାମର ଜି.ରମେଶ, ଜି.ରାମାୟା, ବି.ରାମଆୟା, ବି.ମୋହନ ରାଓ ଓ ବି.ଲକ୍ଷ୍ମଣ ରାଓ ଆନ୍ଧ୍ରପ୍ରଦେଶରେ ଚିକିତ୍ସିତ ହେଉଛନ୍ତି | ଏହାବ୍ୟତୀତ ପ୍ରତିବର୍ଷ ଏହି ରୋଗରେ ଗ୍ରାମରେ ଏକାଧିକ ଲୋକଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି। ତେବେ ନଳକୂପର ପାଣିରେ କେଉଁ ପ୍ରକାର ରାସାୟନିକ ବା ଖଣିଜ ପଦାର୍ଥ ରହିଛି ଏବଂ ଏହାର ବ୍ୟବହାର ସହ କିଡ୍‌ନି ରୋଗର କୌଣସି ସମ୍ପର୍କ ରହିଛି କି ନାହିଁ, ଏହା ଜାଣିବା ପାଇଁ ପରୀକ୍ଷାନିରୀକ୍ଷା କରିବା ଜରୁରୀ ହୋଇପଡ଼ିଛି।

ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ବାରମ୍ବାର ବ୍ଳକ୍ ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ପାନୀୟ ଜଳଯୋଗାଣ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି। ତଥାପି ଏଯାଏଁ କୌଣସି ପଦକ୍ଷେପ ନିଆଯାଇ ନଥିବା ସରପଞ୍ଚ କେ.ତେଜେଶ୍ବର ରାଓ ଅଭିଯୋଗ କରିଛନ୍ତି ।