ଉଗ୍ରେସେନ ସାରଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ….
ଟିକାବାଲି, ୨୮/୦୯:( ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ଅନ୍ତର୍ଗତ ପଧାନପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବରିଷ୍ଠ ଶିକ୍ଷକ ଶ୍ରୀ ଉଗ୍ରେସେନ ପ୍ରଧାନ ସାରଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଭାବବିହ୍ୱଳ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ସାର ପ୍ରଧାନ ଶିକ୍ଷକ ରୂପେ ପ୍ରୋମସନ ପାଇ ପାବୁରିଆ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ସ୍ଥାନାନ୍ତରଣ ହୋଇଥିବାରୁ ବିଦ୍ୟାଳୟ ରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ରେ ବାଜା ବାଇଦ ବଜାଇ ସ୍ୱାଗତ କରିଥିଲେ ଓ କାର୍ଯ୍ୟକ୍ରମ ଶେଷରେ ବାଜା ଘଣ୍ଟ ବଜାଇ ରାସ୍ତା ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ I ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ଯଥା ପ୍ରଧାନ ଶିକ୍ଷକ ଶ୍ରୀଧର ମିଶ୍ର, ରଞ୍ଜନ ଦିଗାଳ,ଆସନ୍ତି ଦିଗାଳ, ମଞ୍ଜୁଲତା ମଲ୍ଲିକ, ରଞ୍ଜିତା ବେହେରା ଉପସ୍ଥିତ ଥିଲେ I ଏଥିସହ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନନ୍ତ ମଲ୍ଲିକ ସହ ଉପସଭାପତି ଶ୍ରୀମତୀ ବଗର୍ତ୍ତୀ ସହ ଅନେକ ଅଭିଭାବକ ଓ ସି ଆର ସି ସି ଅରବିନ୍ଦ ମହାପାତ୍ର ଏବଂ ଅନେକ ଅତିଥିମାନେ ଉପସ୍ଥିତ ରହି ଶ୍ରୀ ପ୍ରଧାନଙ୍କ ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ପ୍ରତି ତାଙ୍କର ସ୍ନେହ ଓ ବିଦ୍ୟାଳୟର ବିକାଶ ପାଇଁ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ।ସଭାରେ ତାଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ବକ୍ତାମାନେ ପଧାନପଡା ବିଦ୍ୟାଳୟ ରେ ତାଙ୍କର ଦୀର୍ଘ ଶିକ୍ଷକତା ଜୀବନର ସ୍ମୃତି ଓ ଅବଦାନ ବିଷୟରେ ଆଲୋକପାତ କରିଥିଲେ।ବିଦାୟ ସମୟରେ ଶିକ୍ଷକ, ଛାତ୍ରଛାତ୍ରୀ ଓ ସହକର୍ମୀମାନେ ଭାବବିହ୍ୱଳ ହୋଇ ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତାଙ୍କର ଆଗାମୀ ଜୀବନ ସୁଖମୟ, ସୁସ୍ଥ ଓ ସଫଳ ହେଉ ବୋଲି ସମସ୍ତେ କାମନା କରିଥିଲେ।“ବିଦାୟ ନୁହେଁ, ଏହା ଏକ ନୂତନ ଅଧ୍ୟାୟର ଆରମ୍ଭ”—ଏହି ଭାବନା ସହ ସଭାଟି ଶେଷ ହୋଇଥିଲା।
