ଗଞ୍ଜାମ ଜିଲ୍ଲାରେ ରାଜକୀୟ ଢଙ୍ଗରେ ଧରାକୋଟ ବାହୁଡ଼ା ଯାତ୍ରା; ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଗଞ୍ଜାମ ଜିଲ୍ଲାରେ ରାଜକୀୟ ଢଙ୍ଗରେ ଧରାକୋଟ ବାହୁଡ଼ା ଯାତ୍ରା; ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଗଞ୍ଜାମ ଜିଲ୍ଲାରେ ରାଜକୀୟ ଢଙ୍ଗରେ ଧରାକୋଟ ବାହୁଡ଼ା ଯାତ୍ରା; ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଆସିକା, ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଧରାକୋଟ ଗଡ଼ରେ ପବିତ୍ର ଏକାଦଶୀ ତିଥି ଅବସରରେ ବାହୁଡ଼ା ଯାତ୍ରା ରାଜକୀୟ ଢଙ୍ଗରେ ପାଳିତ ହୋଇଛି। ଏହି ଐତିହାସିକ ଯାତ୍ରାରେ ଗଞ୍ଜାମ ଜିଲ୍ଲା ସମେତ ବିଭିନ୍ନ ଜିଲ୍ଲାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ଶନିବାର ପ୍ରଭାତରୁ ମଙ୍ଗଳ ଆଳତି ପରେ ବିଧିବଦ୍ଧ ଭାବେ ଦେବନୀତି ସମ୍ପନ୍ନ ହୋଇଥିଲା। ଅପରାହ୍ନ ପ୍ରାୟ ୪ଟା ସମୟରେ ଧରାକୋଟ ରାଣୀ ମା’ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ପୂର୍ବ ପ୍ରଚଳିତ ପରମ୍ପରା ଅନୁଯାୟୀ ପାତ୍ର, ମନ୍ତ୍ରୀ, କଟୁଆଳ ଓ ସୈନ୍ୟ ସାମନ୍ତଙ୍କ ସହ ରୂପା ପାଲିଙ୍କିରେ ବାଦ୍ୟବାଜା ଓ ରୋଷଣୀ ସହକାରେ ଆଡପ ମଣ୍ଡପରେ ପହଞ୍ଚିଥିଲେ। ସେଠାରେ ରଥାରୂଢ଼ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ପୂଜାର୍ଚ୍ଚନା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା।ଡାହୁକଙ୍କ ପାରମ୍ପରିକ ଗୀତର ତାଳେ ତାଳେ ହଜାର ହଜାର ଭକ୍ତ ଉତ୍ସାହର ସହ ରଥ ଟାଣି ବଡ଼ଦାଣ୍ଡ ସାହି ମଝି ପର୍ଯ୍ୟନ୍ତ ନେଇଥିଲେ। ସନ୍ଧ୍ୟା ହୋଇଯାଇଥିବାରୁ ରଥଟଣା କାର୍ଯ୍ୟ ଦିନକ ପାଇଁ ବନ୍ଦ ରଖାଯାଇଥିଲା। ପରେ ରାଣୀ ମା’ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ତିନି ଠାକୁରଙ୍କୁ ସନ୍ଧ୍ୟା ଆଳତି ପ୍ରଦାନ କରିଥିଲେ।ଆସନ୍ତାକାଲି ପୁନର୍ବାର ରଥଟଣା ଆରମ୍ଭ ହୋଇ ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରେ ରଥ ପହଞ୍ଚିବ ବୋଲି ସୂଚନା ମିଳିଛି। ସମଗ୍ର ବାହୁଡ଼ା ଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।ରିପୋର୍ଟ: ଗଣେଶ ପାଣିଗ୍ରାହୀ, ଗଞ୍ଜାମ ଜିଲ୍ଲା। ରିପୋର୍ଟ