ସଚେତନତାରୁ ସୌର ଶକ୍ତିର ସଫଳ ଯାତ୍ରା;

ସଚେତନତାରୁ ସୌର ଶକ୍ତିର ସଫଳ ଯାତ୍ରା;

ସଚେତନତାରୁ ସୌର ଶକ୍ତିର ସଫଳ ଯାତ୍ରା;

ଟିପିଏସ୍ଓଡିଏଲ୍ ତରଫରୁ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ୮ହଜାର ୯୫୫ ସୌର ପ୍ୟାନେଲ ସ୍ଥାପନ – ୪ହଜାର ୮୫୦ ଉପଭୋକ୍ତାଙ୍କ ବିଦ୍ୟୁତ ବିଲ୍ ଶୂନ – ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ୬ହଜାର ୨୧୪ ସୌର ପ୍ୟାନେଲ ସ୍ଥାପନ – ୟୁଏଲ୍ଏ ମଡେଲ ଅଧୀନରେ ମୋଟ ୨ହଜାର ୭୪୧ ଉପଭୋକ୍ତା ୧କିଲୋୱାଟର ସୌର ପ୍ୟାନେଲ କରିଛନ୍ତି ସ୍ଥାପନ ବ୍ରହ୍ମପୁର, ମ‌ଇ ୨୦୨୬ : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ସମଗ୍ର ଦକ୍ଷିଣ ଓଡ଼ିଶାରେ ସବୁଜ ଓ ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରୁଛି। ଏହି କ୍ରମରେ କମ୍ପାନୀ ତରଫରୁ ବ୍ୟାପକ ଭାବରେ ସୌର ପ୍ୟାନେଲ ସ୍ଥାପନ କରାଯାଉଛି। ଲକ୍ଷ୍ୟ ଭିତ୍ତିକ ସଚେତନତା କାର୍ଯ୍ୟକ୍ରମ, ଗ୍ରାହକ କୈନ୍ଦ୍ରିକ ମଡେଲ ଏବଂ ସରକାରୀ ସବସିଡିର ସୁବିଧା ମାଧ୍ୟମରେ ଟିପିଏସ୍ଓଡିଏଲ୍ ଉପଭୋକ୍ତାଙ୍କୁ ବିଦ୍ୟୁତ ଖର୍ଚ୍ଚ ହ୍ରାସ କରିବାକୁ ସମର୍ଥ କରିଛି। ଏହି ଅଭିଯାନର ଏକ ବାସ୍ତବ ରୂପାୟନ ଦେଖିବାକୁ ମିଳିଛି। ଯେଉଁଥିରେ ହଜାର ହଜାର ଉପଭୋକ୍ତା ସୌର ଶକ୍ତି ଦ୍ୱାରା ଲାଭାନ୍ୱିତ ହେଉଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବହୁ ସଂଖ୍ୟାରେ ଉପଭୋକ୍ତା ଏବେ ଏହି ଯୋଜନାରେ ସାମିଲ ହୋଇ ସୌର ଶକ୍ତିକୁ ଆପଣାଇଥିବା କାରଣରୁ ମାସିକ ବିଦ୍ୟୁତ ବିଲ୍ ଶୂନ ତଥା ଜିରୋ ବିଲ୍ ପାଉଛନ୍ତି। ଯାହା ଏକ ସ୍ଥାୟୀ ଶକ୍ତିକୁ ଆପଣାଇବା ଦିଗରେ ଏକ ବିଶେଷ ସଫଳତା। ଟିପିଏସ୍ଓଡିଏଲ୍ ୟୁଟିଲିଟି ଲେଡ୍ ଆଗ୍ରିଗେସନ୍ ତଥା ୟୁଏଲ୍ଏ ମଡେଲ ଅଧୀନରେ ମୋଟ ୨ହଜାର ୭୪୧ ସୌର ପ୍ୟାନେଲ ସମଗ୍ର ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ସ୍ଥାପନ କରିଛି। ଯେଉଁଥିରେ ଗଞ୍ଜାମର ୧୫୬୫, ଗଜପତିରେ ୧୫୨, କନ୍ଧମାଳରେ ୧୬୧, ରାୟଗଡ଼ାରେ ୯୬, କୋରାପୁଟରେ ୬୧, ନବରଙ୍ଗପୁରରେ ୨୬୦, ମାଲକାନଗିରିରେ ୨୩୯ ଏବଂ ବୌଦ୍ଧରେ ୨୦୭ଜଣ ଉପଭୋକ୍ତା ୟୁଏଲ୍ଏ ମଡେଲ ଅଧୀନରେ ସୌର ପ୍ୟାନେଲ ସ୍ଥାପନ କରିଛନ୍ତି।ଅନୁରୂପ ଭାବରେ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ମୋଟ ୬ହଜାର ୨୧୪ ସୌର ପ୍ୟାନେଲ ସମଗ୍ର ଦକ୍ଷିଣ ଓଡିଶାରେ ସ୍ଥାପନ ହୋଇ ସାରିଛି। ଯେଉଁଥିରେ ଗଞ୍ଜାମ ଜିଲ୍ଲାରେ ୩,୮୨୨, ଗଜପତିରେ ୨୩୦, କନ୍ଧମାଳରେ ୧୧୫, ରାୟଗଡ଼ାରେ ୬୯୫, ମାଲକାନଗିରିରେ ୧୪୨, ନବରଙ୍ଗପୁରରେ ୨୧୧, ବୌଦ୍ଧରେ ୪୦୮ ଏବଂ କୋରାପୁଟରେ ୫୯୧ଜଣ ଉପଭୋକ୍ତା ସାମିଲ ହୋଇ ଉପକୃତ ହୋଇଛନ୍ତି। ମୋଟ ୮ହଜାର ୯୫୫ ସୋଲାର ଉପଭୋକ୍ତାଙ୍କ ମଧ୍ୟରେ ୪ହଜାର ୮୫୦ ଜଣ ଉପଭୋକ୍ତା ଅପ୍ରେଲ ମାସରେ ବିଦ୍ୟୁତ ବିଲ୍ ରେ ଶୂନ ତଥା ଜିରୋ ବିଲ୍ ପାଇଛନ୍ତି। ଯାହା ଟିପିଏସ୍ଓଡିଏଲର ସୌର ଶକ୍ତିକୁ ପ୍ରୋତ୍ସାହିତ କରିବା ଏବଂ ଏହା କିପରି ଦକ୍ଷିଣ ଓଡ଼ିଶାର ଉପଭୋକ୍ତାଙ୍କୁ ତଥା ସେମାନଙ୍କ ପରିବାରକୁ ବିଦ୍ୟୁତ ବିଲ୍ ହ୍ରାସ କରିବାରେ ସହାୟକ ହୋଇ ପାରିଛି ତା’ର ଏକ ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରେ। ଟିପିଏସ୍ଓଡିଏଲ୍ ତରଫରୁ ବିଶେଷ ଭାବରେ ସୌର ଶକ୍ତିକୁ ପ୍ରୋତ୍ସାହିତ କରାଯାଉଛି। ଯେଉଁଥିରେ ଘରରୁ ଘର ବୁଲି ଏ ଦିଗରେ ସଚେତନତା ସୃଷ୍ଟି କରିବା, ବ୍ଲକ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରିବା ଅନ୍ତର୍ଭୁକ୍ତ ରହିଛି। ଯାହା ଗ୍ରାହକଙ୍କୁ ଏହି ଯୋଜନାରେ ସାମିଲ କରାଇବା ସୁନିଶ୍ଚିତ କରେ। ୟୁଏଲ୍ଏ ମଡେଲ ଅଧୀନରେ ସୌର ପ୍ୟାନେଲ ସ୍ଥାପନ କରିବା ଅତ୍ୟନ୍ତ ସୁବିଧାଜନକ। ମାତ୍ର ୧୮୭୫ ଟଙ୍କାରେ ଉପଭୋକ୍ତା ୧ କିଲୋୱାଟର ସୌର ପ୍ୟାନେଲ ସ୍ଥାପନ କରିପାରିବେ। ଯାହା ମାସିକ ପ୍ରାୟ ୧୦୦ୟୁନିଟ୍ ବିଜୁଳି ଉତ୍ପନ୍ନ କରିବାର କ୍ଷମତା ରଖେ। ଏଥିସହିତ ଉପଭୋକ୍ତା ବିଦ୍ୟୁତ ବିଲ୍ ରେ ବାର୍ଷିକ ୫ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିବାକୁ ସମର୍ଥ ହେବେ। ସେହିପରି ସୌର ପ୍ୟାନେଲ ଉପରେ ୨୫ ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ରହିଥିବା ବେଳେ ୫ ବର୍ଷ ପର୍ଯ୍ୟନ୍ତ ଟିପିଏସ୍ଓଡିଏଲ୍ ତରଫରୁ ସମସ୍ତ ରକ୍ଷଣାବେକ୍ଷଣ ସହାୟତା ବିନା ମୂଲ୍ୟରେ ଯୋଗାଇ ଦିଆଯିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଜଣେ ଗ୍ରାହକ ୧ କିଲୋୱାଟର ସୌର ପ୍ୟାନେଲ ସ୍ଥାପନ କରିଲେ ୫୫ହଜାର ଟଙ୍କାର ସରକାରୀ ସବସିଡି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠାରୁ ପାଇଥାଏ। ସେହିଭଳି ୨କିଲୋୱାଟର ସୌର ପ୍ୟାନେଲ ସ୍ଥାପନ କରିଲେ ୧ଲକ୍ଷ ୧୦ହଜାର ଟଙ୍କାର ସରକାରୀ ସବସିଡି ଏବଂ ୩ କିଲୋୱାଟ ଓ ଉର୍ଦ୍ଧ୍ବ ପାଇଁ ୧ଲକ୍ଷ ୩୮ ହଜାର ଟଙ୍କାର ସରକାରୀ ସବସିଡିର ସୁବିଧା ରହିଛି। ଏ ସମ୍ପର୍କରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ଟିପିଏସ୍ଓଡିଏଲରେ ଆମେ ଉପଭୋକ୍ତାଙ୍କୁ ଏକ ସ୍ଥାୟୀ, ସୁଲଭ ଏବଂ ଭରସାଯୋଗ୍ୟ ଶକ୍ତି ମାଧ୍ୟମରେ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ ଅଟୁ। ଜିରୋ-ବିଲ୍ ଗ୍ରାହକଙ୍କ ବଢୁଥିବା ସଂଖ୍ୟା ଆମର ସୌର ଅଭିଯାନର ସଫଳତା ଏବଂ ଗ୍ରାହକଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି। ନିରନ୍ତର ସଚେତନତା ଏବଂ ପ୍ରୋତ୍ସାହନ ମାଧ୍ୟମରେ ଆମେ ଦକ୍ଷିଣ ଓଡ଼ିଶାକୁ ସ୍ୱଚ୍ଛ ଶକ୍ତି ଗ୍ରହଣ ଏବଂ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ସହିତ ଏକ ମଡେଲ୍ ଭାବରେ ବିକଶିତ କରିବାର ଲକ୍ଷ୍ୟ ରଖିଛୁ।”ଟିପିଏସ୍ଓଡିଏଲ୍ ଦକ୍ଷିଣ ଓଡ଼ିଶା ପାଇଁ “ମିଶନ ସୋଲାର୍” ଲକ୍ଷ୍ୟକୁ ସାଧିତ କରିବା ଦିଗରେ ପ୍ରୟାସରତ ରହିଛି। ଯାହା ରୁଫ୍ ଟପ୍ ସୋଲାର୍ ଅଭିଯାନକୁ ବ୍ୟାପକ କରିବା, ଗ୍ରାହକ ସଚେତନତା ବୃଦ୍ଧି କରିବା ଏବଂ ଭାରତର ସ୍ୱଚ୍ଛ ଓ ସବୁଜ ଶକ୍ତିକୁ ଆପଣାଇବା କ୍ଷେତ୍ରରେ ଯୋଗଦାନ କରେ।