ପବିତ୍ର ବାହୁଡ଼ା ଯାତ୍ରା ରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର #୪୧ୟୁନିଟ ରକ୍ତ ସଂଗୃହୀତ…..

ପବିତ୍ର ବାହୁଡ଼ା ଯାତ୍ରା ରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର #୪୧ୟୁନିଟ ରକ୍ତ ସଂଗୃହୀତ.....

ପବିତ୍ର ବାହୁଡ଼ା ଯାତ୍ରା ରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର #୪୧ୟୁନିଟ ରକ୍ତ ସଂଗୃହୀତ…..

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ତା-୨୪-୦୭-୨୦୨୬ରିଖ (ଶୁକ୍ର ବାର)ବରଗଡ଼ ର ପବିତ୍ର ସମ୍ବିଳୀତ ବାହୁଡ଼ା ଯାତ୍ରା ଅବସର ରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ତରଫ ରୁ ବରଗଡ଼ ବାନ୍ଦୁ ଟିକ୍ରା ଛକ ରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ଥିବା ପ୍ରସସ୍ତ ଚଉଡ଼ା ରାସ୍ତା ରଥ ଦାଣ୍ଡ ରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବରେଣ୍ୟ ଅତିଥି ଭାବରେ ବରଗଡ଼ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଓ ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ ଓ ରଥ ଯାତ୍ରା କମିଟି ର ଆବାହକ ଶ୍ରୀ ସୁରେଶ୍ଵର ଶତପଥୀ ଯୋଗ ଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିବା ସହ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ହଜାର ହଜାର ଭକ୍ତ ଜଗତର ନାଥ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ। ଏହି ଅବସରରେ ରଥ ଯାତ୍ରା ଦେଖିବାକୁ ଆସୁଥିବା ଭକ୍ତ ମାନେ ସ୍ୱଇଚ୍ଛାରେ ଖୁସୀ ମନ ରେ ଆସି ରକ୍ତ ଦାନ ଭଳି ଶ୍ରେଷ୍ଠ ଦାନ କରିଥିଲେ । ବୁର୍ଲା ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ #୪୧ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ବର୍ତ୍ତମାନ ରକ୍ତ ଭଣ୍ଡାର ରେ ରକ୍ତ ର ଘୋର ଅଭାବ ଥିବା ବେଳେ ସଂଗୃହୀତ ରକ୍ତ ଅନେକ ଅସହାୟ ରୋଗୀ ଙ୍କ କାମ ରେ ଆସିବ। ଏହି ଶିବିର କୁ ନିଷ୍ଠା ପରିବାର ର ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ତ୍ରୀପାଠୀ, ରାମ ନିବାସ ଅଗ୍ରୱାଲ,ରକ୍ଷପାଲ ସାହୁ,ଉପ ସଭାପତି ସଚି ପଣ୍ଡା, ସଂମ୍ପାଦକ ଲୋକନାଥ ସାହୁ, ଜିତୁ ମହାପାତ୍ର, ମହିଳା ଶାଖା ସଂଯୋଜିକା ତ୍ରିପୁରା ସୁହୁଲା, ସୂତପା ଗଡତିଆ, ରୀନା ମହାରଣା ,ରାଜ କିଶୋର ପଟ୍ଟନାୟକ ଓ ଅନ୍ୟ ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ। ସମସ୍ତ ରକ୍ତ ଦାତା ସହଯୋଗୀ ଶୁଭେଚ୍ଛୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ କୃତଜ୍ଞତା।#People_Live_When_People_GivePlease join the life-saving movement of our Nistha Pariwar.