ବେଆଇନ ବାଣ ଗଚ୍ଛିତ ଓ ବିକ୍ରି ବିରୋଧରେ ମୋହନା ପୁଲିସର ଚଢ଼ାଉ, ୩୦ ହଜାର ଟଙ୍କାର ବାଣ ଜବତ* ।

ବେଆଇନ ବାଣ ଗଚ୍ଛିତ ଓ ବିକ୍ରି ବିରୋଧରେ ମୋହନା ପୁଲିସର ଚଢ଼ାଉ, ୩୦ ହଜାର ଟଙ୍କାର ବାଣ ଜବତ* ।

*ବେଆଇନ ବାଣ ଗଚ୍ଛିତ ଓ ବିକ୍ରି ବିରୋଧରେ ମୋହନା ପୁଲିସର ଚଢ଼ାଉ, ୩୦ ହଜାର ଟଙ୍କାର ବାଣ ଜବତ* ।

ଗଜପତି/ମୋହନା(ମନୋଜ କୁମାର ପାଢୀଙ୍କ ରିପୋର୍ଟ):- ଗଜପତି ଜିଲ୍ଲାରେ ବେଆଇନ ଭାବେ ବାଣ ଓ ଆତସବାଜି ଗଚ୍ଛିତ ରଖିବା ତଥା ବିକ୍ରି କରିବା ବିରୋଧରେ ପୁଲିସ ପକ୍ଷରୁ ଧରପଗଡ଼ ଅଭିଯାନ ଜାରି ରହିଛି। ଏହି କ୍ରମରେ ମୋହନା ଥାନା ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଚଢ଼ାଉ କରାଯାଇ ପ୍ରାୟ ୩୦ ହଜାର ଟଙ୍କା ମୂଲ୍ୟର ବାଣ ସହିତ ଏକ ଅଟୋ ଓଡି୦୭ ଏନ୪୩୫୩କୁ ଜବତ କରାଯାଇଛି।ବେଆଇନ ଭାବେ ବାଣ ମହଜୁଦ ରଖିବା ଓ ବିକ୍ରି ଦ୍ୱାରା ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଥିବାରୁ ପୁଲିସ ପକ୍ଷରୁ ଏଭଳି ଚଢ଼ାଉ ଜାରି ରହିଛି।ବେଆଇନ ବାଣ କାରବାର ଉପରେ ରୋକ୍ ଲଗାଇବା ସହ ଆଇନଶୃଙ୍ଖଳା ଓ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଗଜପତି ପୁଲିସର ଏହି ପଦକ୍ଷେପକୁ ଗୁରୁତ୍ୱ ଦିଆଯାଇଛି।